ଭୁବନେଶ୍ୱର: ମହାଶିବରାତ୍ରି ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା କରାଯାଇଛି।
ବୈଠକ ପରେ କମିଶନର କହିଛନ୍ତି ଯେ, ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଜାଗର ଯାତ୍ରା ଆସନ୍ତା କାଲି ହେବାକୁ ଯାଉଛି। ଏବର୍ଷ ଜାଗର ଯାତ୍ରା ଅନୁନ୍ୟ, କାରଣ ଏବେବି କୋଭିଡ଼ ଗାଇଡଲାଇନରେ କିଛିଟା କଟକଣା ରହିଛି।
ତେଣୁ ଏହାକୁ ଆଖି ଆଗରେ ରଖି ପୁଲିସ ବନ୍ଦବସ୍ତରେ ବି ପରିବର୍ତ୍ତନ କରାଯାଇଛି।
ଆମର ସାଧାରଣ ପୁଲିସ ବନ୍ଦବସ୍ତ ରହେ, ତାହାଠୁ କିଛିଟା ଭିନ୍ନ ଯାଇକି କୋଭିଡ଼ କଟକଣାକୁ କେମିତି ଲାଗୁ କରାଯାଇପାରିବ, ତାକୁ ଲକ୍ଷ ରଖି ବନ୍ଦବସ୍ତ କରିଛନ୍ତି ଭୁବନେଶ୍ୱର ଡିସିପି।
ଏହି ବନ୍ଦବସ୍ତରେ ପ୍ରାୟ ୧୨୦ରୁ ଅଧିକ ଅଫିସର, ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ରହିଛନ୍ତି।
ଏହାସହ ତଦାରଖ ପାଇଁ ୫ ଜଣ ଅତିରିକ୍ତ ଡିସିପି ରହିବେ ବୋଲି ସୂଚନା ମିଳିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାଦୀପ ଦେଖିବା ପାଇଁ ଲୋକମାନେ ଆସିଥାଆନ୍ତି। ବ୍ୟାରିକେଡ଼ ହୁଏ, ଲୋକମାନଙ୍କର ଚଳପ୍ରଚଳ ରୁହେ। ତେଣୁ ଏସବୁକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।