ପିପିଲି ଉପନିର୍ବାଚନ ପାଇଁ ୩୪୮ଟି କେନ୍ଦ୍ରରେ ହେବ ମତଦାନ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏଥର ୩୪୮ ଟି କେନ୍ଦ୍ରରେ ମତଦାନ ହେବ। ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦୦ ଭୋଟର ମତଦାନ କରିବେ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୁହାନି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲୁହାନି ସୂଚନା ଦେଇଛନ୍ତି ଯେ ପ୍ରତି କେନ୍ଦ୍ରରେ ଜଣେ ଅଙ୍ଗନୱଡି କର୍ମୀ ଓ ଆଶାକର୍ମୀ ନିୟୋଜିତ ହେବେ।
ନିର୍ବାଚନ ବେଳେ ପ୍ରାର୍ଥୀଙ୍କୁ ସର୍ବାଧିକ ୨ଟି ଗାଡ଼ି ବ୍ୟବହାର ପାଇଁ ମିଳିବ ଅନୁମତି। ନୋଡାଲ ହେଲଥ ଅଫିସର କରୋନ ଗାଇଡଲାଇନ ତଦାରଖ କରିବେ।
ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ନେବେ କରୋନା ଟିକା।
ମତଦାନ କେନ୍ଦ୍ରରେ ମାକ୍ସ ଓ ସାଇଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ।
୮୦ ବର୍ଷ ରୁ ଅଧିକ ବୟସ୍କ ପାଇଁ ପୋଷ୍ଟାଲ ବାଲେଟ୍ ବ୍ୟବସ୍ଥା କରାଯିବ। ସେହିଭଳି ଦିବ୍ୟାଙ୍ଗ ଓ କୋଭିଡ଼ ଆକ୍ରାନ୍ତଙ୍କ ପାଇଁ ରହିବ ପୋଷ୍ଟାଲ ବାଲେଟ୍।
