ପୁଲୱାମା ଆକ୍ରମଣରେ ଜୀବନ ହରାଇଥିବା ଜୱାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସଂକୀର୍ତ୍ତନ
ଭୁବନେଶ୍ୱର: ତା ୧୪.୨.୨୧ ସନ୍ଧ୍ୟା ୭ ଘଟିକା ରେ ବିଷ୍ଣୁ ମନ୍ଦିର ଶହୀଦନଗର ଠାରେ ବିଗତ ବର୍ଷ କାଶ୍ମୀରର ପୁଲୱାମା ରେ ଦେଶ ପାଇଁ ଜୀବନ ଦେଇଥିବା ବିର ଜୱାନଙ୍କ ପାଇଁ "ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ" ସଦସ୍ୟ ମାନଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ସେମାନଙ୍କର ପରିବାରକୁ ମହାପ୍ରଭୁ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଶକ୍ତି ଦିଅନ୍ତୁ ବୋଲି ପରିଷଦର ସଦସ୍ୟ ମାନେ ପ୍ରାର୍ଥନା କରିଥିଲେ।
ତତ୍ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ପାଖରେ ସେମାନଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ସଙ୍କୀର୍ତ୍ତନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ସାଂସ୍କୃତିକ ସମିତି ସମ୍ପାଦକ ଦେବେନ୍ଦ୍ର ବିଜୟ ବ୍ରହ୍ମା, ଦିଲ୍ଲୀପ ମହାନ୍ତି,କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, କାର୍ଯ୍ୟକାରି ସଭ୍ୟ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ତ୍ରିଲୋଚନ ନାୟକ, ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ଅଜୟ ଚୌଧରୀ ଓ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଭୁବନେଶ୍ୱର: ତା ୧୩.୨.୨୧ ଦିନ ୧୧ ଘଟିକାରେ ବିଷ୍ଣୁ ମନ୍ଦିର ଶହୀଦନଗର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ "ପଦ୍ମମୁଖ ବେଶ" କରାଯାଇଥିଲା।