ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ପୁରୀ ଜିବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।
କରୋନା ମହାମାରୀ ପରେ ଏହା ନବୀନଙ୍କ ପ୍ରଥମ ଶ୍ରୀମନ୍ଦିର ଗସ୍ତ।
ଭୁବନେଶ୍ୱର: ଆଜି ପୁରୀ ଜିବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।
କରୋନା ମହାମାରୀ ପରେ ଏହା ନବୀନଙ୍କ ପ୍ରଥମ ଶ୍ରୀମନ୍ଦିର ଗସ୍ତ।
ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ଯେ କୌଣସି ସପ୍ତାହ ରୁ ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।
ଏ ଯାଏଁ ଦେଶରେ ୫୪ ଲକ୍ଷ ରୁ ଅଧିକ ଲୋକଙ୍କୁ ଟୀକା ଦିଅସାରିଲାଣି।
ସୂଚନା ଅନୁଯାୟୀ, ଭାରତ ଏପର୍ଯ୍ୟନ୍ତ ୧୫ ଟି ଦେଶକୁ କୋଭିଡ ଟୀକା ଯୋଗେଇସାରିଲାଣି।
ଆହୁରି ୨୫ ଦେଶ କୋଭିଡ ଟୀକା ପାଇଁ ଧାଡିରେ ଅଛନ୍ତି।
ଭୁବନେଶ୍ୱର:ସମାଜରେ ଝିଅଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଜୋରଦାର କରିବା ସହିତ ପୁଅ ଝିଅ ମାନଙ୍କ ମଧ୍ୟରେ ତାରତମ୍ୟ ହ୍ରାସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଠାରୁ ଆରମ୍ଭ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ |
ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବେଟି ବଚାଓ ବେଟି ପଢ଼ାଓ ଉତ୍ସବରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀଶକ୍ତି ବିଶ୍ୱର ଶ୍ରେଷ୍ଠ ଶକ୍ତି ବୋଲି କହିଥିଲେ |
ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ସମାଜସେବୀ ନିବେଦିତା ଭଞ୍ଜ ଙ୍କୁ କଳିଙ୍ଗରତ୍ନ ସଂମାନ ରେ ସନ୍ନମାନିତ କରାଯାଇଥିଲା | ବିଶିଷ୍ଠ ସମାଜସେବୀ ଓ ସାମ୍ବାଦିକ ଅଭିଷେକ ମହାନ୍ତି ଙ୍କୁ ନିଜର ସେବା କାର୍ଯ୍ୟ ପାଇଁ ସେବା ଗୌରବ ସଂମାନ ରେ ସନ୍ନମାନିତ କରାଯାଇଥିଲା |
ଉତ୍ସବରେ ଟ୍ରଷ୍ଟ ର ସମ୍ପାଦକ ମନୋଜ ରାଉଳ, ଇଂ.ଦିଲୀପ ପଟ୍ଟନାୟକ, ରଞ୍ଜନ ସାମଲ, ସାସ୍ୱତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ:ଦେବାଶିଷ ମହାରଣା
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଦୁଇ ନମ୍ବର ସ୍ଥିତ ମାର୍କେଟ ବିଲ୍ଡିଂଗରେ ଜଣେ ମହିଳାଙ୍କ ଠାରୁ ଲୂଟ ହୋଇଥିବା ଜଣାପଡିଛି।
ସ୍ଥାନୀୟ ଶାସ୍ତ୍ରୀ ନଗର ଅଞ୍ଚଳର ଗୋଟିଏ ପରିବାର ସପିଙ୍ଗ କରିବାକୁ ଆସିଥିବା ବେଳେ ଗହଳିର ସୁଯୋଗ ନେଇ କୌଣସି ଦୃବୃତ୍ତ ମହିଳାଙ୍କ କାନ୍ଧରେ ଥିବା ଭ୍ୟାନିଟି ବ୍ୟାଗ ର ଜିପ ଖୋଲି ନଗଦ ୧୫୦୦୦ ଟଙ୍କା ଓ ଏଟିଏମ କାର୍ଡ ଇତ୍ୟାଦି ଲୂଟ କରି ନେଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।