ଭୁବନେଶ୍ୱର ମୋ ବସ ଟର୍ମିନାଲରୁ ଶିଶୁପୁତ୍ର ଉଦ୍ଧାର
ଭୁବନେଶ୍ୱର: (୧୧/୦୧/୨୦୨୧): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ମୋ ବସ ଟର୍ମିନାଲ ପରିସରରେ ଥିବା ଆହାର କେନ୍ଦ୍ର ପଛ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଗୁରୁତର ଆହତ ଓ ଅଚେତନ ଅବସ୍ଥାରେ ପଡିଥିବା ଗୋଟିଏ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
ସ୍ଥାନୀୟ ବସ କର୍ମଚାରୀ ଓ ଉଠା ଦୋକାନୀ ଶିଶୁଟିକୁ ଦେଖି ସ୍ଥାନୀୟ ଫାଣ୍ଡି କୁ ଜଣାଇ ଥିଲେ। ଖବର ପାଇ ପୋଲିସ ଫାଣ୍ଡିର ଜଣେ କର୍ମଚାରୀ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀଙ୍କ ସହାୟତାରେ ତୁରନ୍ତ ଶିଶୁପୁତ୍ର ଟିକୁ ଉଦ୍ଧାର କରି ଏକ ଅଟୋରିକ୍ସା ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ଗତ ରାତିରେ କୌଣସି ଦୃବୃତ୍ତ ଶିଶୁଟିକୁ ସେଠାରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ମାତ୍ର ଆହାର କେନ୍ଦ୍ର ଆଗରେ ଲାଗିଥିବା ସିସି କ୍ୟାମେରା ର ଫୁଟେଜ ଦେଖିଲେ ପ୍ରକୃତ ଅଭିଯୁକ୍ତ ଧରା ପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
