ଭୁବନେଶ୍ୱରରେ ହେବ ନାହିଁ ଜିରୋ ନାଇଟ, ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି


ଭୁବନେଶ୍ୱରର: ନବବର୍ଷ ଅବସରରେ କୌଣସି ହୋଟେଲ, କ୍ଲବ, କନଭେଂନ୍ସନ ହଲ ଓ କଲ୍ୟାଣ ମଣ୍ଡପରେ ପାଲନ ହେବ ନାହି ଜିରୋ ନାଇଟ।
ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏ ନେଇ ଏକ ନିର୍ଦେଶନାମା ଜାରି କରିଛନ୍ତି।
ଏତଦବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଏକତ୍ରିତ ହୋଇ କୌଣସି ଉସ୍ଛବ ପାଳନ ନ କରିବାକୁ ବିଏମ୍ ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତେ ନିଜ ନିଜ ଘରେ ରହି ଉସ୍ଛବ ପାଳନ କରିବାକୁ କୁହାଯାଇଛି।
ସମ୍ବଲପୁର: ମା ସମଲେଶ୍ବରୀ ଙ୍କ ଦର୍ଶନ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି।
ଜାନୁଆରୀ ୩ ରେ ଖୋଲିବ ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର। ମନ୍ଦିର ଖୋଲିବା ଓ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଜୟୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରବାସୀ କରିପାରିବେ ଦର୍ଶନ। ୭ ତାରିଖ ପରେ ପର୍ଯ୍ୟଟକଙ୍କୁ ମିଳିବ ଦର୍ଶନ ସୁଯୋଗ।
ଦର୍ଶନ ନିମନ୍ତେ ସ୍ଥାନୀୟ ବାଇନ୍ଦାଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ। ସମ୍ବଲପୁରରେ ରହୁଥିବା କର୍ମକର୍ତ୍ତା ମଧ୍ୟ କରିପାରିବେ ଦର୍ଶନ।
ଶିଶୁ ଓ ବୟସ୍କ ଲୋକଙ୍କୁ ମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି।
ଏକ ସଙ୍ଗେ ୫୦୦ ଜଣ ଲୋକ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।
ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମୁବକୁନ୍ଦପୁରରେ ଧରାପଡ଼ିଲା ଜଣେ ଶିଶୁ ଅପହରଣକାରୀ।
ସୂଚନା ଅନୁଯାୟୀ ଚନ୍ଦ୍ରମଣି ନାୟକ ନାମକ ଜଣେ ବ୍ୟକ୍ତି ଏକେ ୭ ବର୍ଷର ଶିଶୁକନ୍ୟା କୁ ଖେଳୁଥିଲା ବେଳେ ଉଠାଇ ନେଇଥିଲା।
ପରେ ଶିଶୁଟିକୁ ସ୍ଥାନିୟ ଲୋକେ ଏକେ ବୁଦା ଭିତରୁ ସଂଜ୍ଞାହୀନ ଅବସ୍ଥା ରେ ଉଦ୍ଧାର କରିଥିଲେ ଓ ଅପହରଣକାରୀ କୁ ନିସ୍ତୁକ ମାଡ଼ ମାରିଥିଲେ।
ଏହି ଘଟଣାକୁ ପ୍ରତିବାଦ କରି ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ପୋଲିସ ଗାଡିକୁ ଅଟକ ରଖିଥିଲେ।
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନେତା ନରସିଂହ ମିଶ୍ର ସୋମବାର ଅସୁସ୍ଥ ହୋଇପଡିଛନ୍ତି।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମିଶ୍ରଙ୍କୁ ତୁରନ୍ତ ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣା ଘଟିଥିବା ବେଳେ ସେ ଭୁବନେଶ୍ୱରରେ ସିବିଆଇ ଅଫିସ୍ ନିକଟରେ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ।
ଓଡିଶା କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ନରସିଂହ ମିଶ୍ର ସଭାରେ ଯୋଗଦେବା ପାଇଁ ବଲାଙ୍ଗୀରରୁ ଯାତ୍ରା କରିଥିଲେ । ସେ ମଧୁମେହ ରୋଗୀ ।
ଭଦ୍ରକ: ସୋମବାର ଖୋଲିଲା ଭଦ୍ରକ ଜିଲ୍ଲାର ଆରଡି ଠାରେ ଥିବା ଆଖଣ୍ଡଳମଣି ମନ୍ଦିର |
ସେବାୟତ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ପ୍ରଥମ ଦୁଇ ଦିନରେ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ଯାହା ପରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମନ୍ଦିର ଖୋଲାଯିବ |
ଡିସେମ୍ବର 30 ଏବଂ 31 ରେ ମନ୍ଦିର ପରିସରରେ ଥିବା ଚାରିଟି ପଞ୍ଚାୟତର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ।
ନୂତନ ବର୍ଷ ପାଇଁ ଜନସମାଗମକୁ ଦୃଷ୍ଟିରେ ରଖି ଜାନୁୟାରୀ 1 ରୁ 2 ଦିନ ବନ୍ଦ ହେବା ପରେ ଜାନୁଆରୀ 3 ରୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ |
ମନ୍ଦିର ପରିଦର୍ଶନ ସମୟରେ ଭକ୍ତମାନଙ୍କୁ COVID-19 ମାନଦଣ୍ଡକୁ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।
ସେବାୟତମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ପରିଚୟ ପତ୍ର ଦେଖାଇବାକୁ କୁହାଯାଇଛି।
ଭୁବନେଶ୍ୱର: ୨୦୨୦ ରେ କୋରୋନା ବିରୁଦ୍ଧ ଲଢେଇରେ ଓଡିଶା ପୋଲିସର ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ।
୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦ୍ଘାଟନ କରି ଡିଜି କହିଲେ ଯେ ରାଜ୍ୟରେ ୪୭ ପୋଲିସ କର୍ମଚାରୀଙ୍କର କୋରୋନା ରେ ମୃତ୍ୟୁ ହୋଇଛି। ୯୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ପ୍ଲାଜ଼ମା ଦାନ କରି ବହୁ କରନା ରୋଗୀଙ୍କ ଜୀବନ ବଞ୍ଚେଇଛନ୍ତି।
ମାଓ ଦମନ କ୍ଷେତ୍ର ରେ ଓଡିଶା ପୋଲିସ ଭଲ କାମ କରିଛି। ରାଜ୍ୟରେ ୩୨ ମାଓବାଦୀ ଗିରଫ ହୋଇଛନ୍ତି ଓ ୨୧ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି ଅଭୟ।
ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଅନୁଗୁଳ, କୋରାପୁଟ, କେନ୍ଦୁଝର ଜିଲ୍ଲାର ଏସପି, ଭୁବନେଶ୍ୱର ଏବଂ କଟକ ଡିଚିପିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।