ଖୋଲିଲା କପିଳାସ ଶୈବପୀଠ
ଢେ଼ଙ୍କାନାଳ: ଆଜି ଠାରୁ ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଶୈବପୀଠର ଅଧିଷ୍ଠାତା ମହାଦେବ ଚନ୍ଦ୍ରଶେଖର ଜୀଉ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ।
ମାତ୍ର ଆଜି କେବଳ ଢେଙ୍କାନାଳ ଜିଲ୍ଲା ର ଶ୍ରଦ୍ଧାଳୁ ମାନେ ଦର୍ଶନର ସୁଯୋଗ ପାଇବେ।
ଆସନ୍ତାକାଲି ଠାରୁ ସମସ୍ତେ ସମ୍ପୂର୍ଣ୍ଣ କୋଭିଡ ନୀତିନିୟମ ଅନୁଯାୟୀ ଜୀଉଙ୍କୁ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମନ୍ଦିରରେ ପ୍ରବେଶ ନିମନ୍ତେ କୋଭିଡ ନେଗେଟିଭ ରିପୋର୍ଟ ଓ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।
