ଭୁବନେଶ୍ୱର ୧.୧.୨୧ ଫକିର ମୋହନ ଭବନ ନୟାପଲ୍ଲୀ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ନୂଆ ବର୍ଷ ରେ ପ୍ରଥମେ ବିଶ୍ଵ ପ୍ରାଥନା ଦିବସ ଉପଲକ୍ଷେ ଗୋପୀନାଥ ମହାନ୍ତି,ଦାମୋଦର ସେନାପତି, ରବିନାରାୟଣ ମହାପାତ୍ର, ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ପ୍ରଶାନ୍ତ ବେହେରା,ବଳକୃଷ୍ ପଣ୍ଡା ଅଖିଳ ସାହୁ, ବାବାଜୀ ବିଶ୍ଵାଳ,ଅଜୟ ହରିଚନ୍ଦନ, ଗୌରାଙ୍ଗ ନାୟକ, ଏ କମେଶ୍ୱର ରାଓ, ହେମନ୍ତ ମଲିଆ, ମନୋଜ ରାଉଳ, ଉମା ନାଥ ମିଶ୍ର, ସୁଧାକର ମହାନ୍ତି, ସରୋଜ ପାତ୍ର, ମଧୁସ୍ମିତା ବିଶ୍ଵାଳ, ସରୋଜିନୀ ପରମଗୁରୁ, ସୁକାନ୍ତି ତ୍ରିପାଠୀ, ସୁବାସିନି ପାଢ଼ୀ, ପ୍ରମିଳା ମହାନ୍ତି, ଅନୁଷୟା ରଥ, ସୌଦାମିନୀ ପଣ୍ଡା, ପ୍ରମିଳା ମାମ ଓ ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ସଂସ୍କୃତି ପରିଷଦର ସଭ୍ୟ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା ଓ ଜଗନ୍ନାଥଙ୍କ ସଙ୍କୀର୍ତ୍ତନ କରିଥିଲେ। ସଦସ୍ୟ ମାନେ ନବ ବର୍ଷ ଭଲ ରେ କଟୁ ବୋଲି ପରିଷଦରେ ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଓ ଶୁ ଦର ସନ୍ ଙ୍କ ପାଖରେ ଆଶିର୍ବାଦ ଭିକ୍ଷା କରିଥିଲେ ।
ସକାଳ ୯ ଘଟିକା ସମୟରେ ମାନ୍ୟବର ସଭ୍ୟ ଓ ସଭ୍ୟା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ୭୧ ଜଣ ସଦସ୍ୟ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
ବ୍ଲଡ଼ ସୁଗର ଟେଷ୍ଟ,, ଆଖି ପରୀକ୍ଷା, ଦାନ୍ତ ପରୀକ୍ଷ ଇନଟି (କାନ), ମେଡ଼ିସିନ ଓ ଅର୍ଥପେଡିକ ର ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତି ରେ କରା ଯାଇଥିଲା, ବହୁ ସଦସ୍ୟ ମାନେ ନୂଆ ବର୍ଷ ରେ ଆସି ମହାପ୍ରଭୁ ଙ୍କ ଖାଲି ଦର୍ଶନ କରିଥିଲେ, ଆଜିର କାର୍ଯ୍ୟକ୍ରମ ରେ ରବି ନାରାୟଣ ମିଶ୍ର, ରବିନାରାୟଣ ରାଉତ, ମନୋରଞ୍ଜନ ମହାନ୍ତି, ସୁରେଶ ମିଶ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ଭାରତ ବିକାଶ ପରିଷଦ ପକ୍ଷରୁ କଳା ତୁଳସୀ ଗଛ ବଣ୍ଟା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।
ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହୋଇଯିବାରୁ ସମ୍ପାଦକ ନାରାୟଣ ମହାପାତ୍ର ସମସ୍ତଙ୍କୁ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ।