• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ମଧୁବାବୁ ପେନସନ ଯୋଜନାରେ ଯୋଡି ହେଲେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ

Details
Odia Ray Admin
ଓଡିଶା
10 November 2026

ବାଲେଶ୍ୱର: ଆଜି ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜି ଠାରୁ ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।" ଆଜି ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ତଥା UPMP ପୋର୍ଟାଲ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି। ଚଳିତ ବର୍ଷ ବଜେଟ୍ ପ୍ରତିଶୃତି ଅନୁଯାୟୀ ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା ଫଳରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣ ସାଚୁରେଶନ ବା ସମ୍ପୂର୍ଣ୍ଣତା ହାସଲ କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ଲକ୍ଷ ଅଧିକ ହିତାଧିକାରୀଙ୍କ ପାଇଁ ବର୍ଷକୁ ମାତ୍ର ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ୫୦୦-୬୦୦ କୋଟି ଟଙ୍କା ପାଇଁ ଆମର ଗୁରୁଜନମାନଙ୍କୁ ହନ୍ତସନ୍ତ କରିବା କୌଣସି ଦୃଷ୍ଟିରୁ ଶୋଭନୀୟ ନୁହେଁ ବୋଲି ସେ କହିଥିଲେ । ତେଣୁ, ବୟୋଜ୍ୟେଷ୍ଠଙ୍କ କଲ୍ୟାଣ ପାଇଁ ଏହି ପରିମାଣ ଆମ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ 'Unified Pension Management Portal' (UPMP) ପୋର୍ଟାଲ ଉନ୍ମୋଚିତ କରିଥିଲେ । ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିଥିବା ପର ମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେଲେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ଯେ ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଜିଲ୍ଲା ସ୍ତରରେ ନଭେମ୍ବର ୧୧ ରୁ ୧୩ ଏବଂ ବ୍ଲକ ସ୍ତରରେ ନଭେମ୍ବର 18 ରୁ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏଥିରେ ପାଇବେ ନାହିଁ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ମୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିବେ ଏବଂ ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର (୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର) ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସିଧା ସଳଖ ଭାବେ ମଧୁବାବୁ ପେନସନ ଯୋଜନାରେ ସଦର ବାଲେଶ୍ୱରରୁ ଅମୂଲ୍ୟ ଆଚାର୍ଯ୍ୟ, ଫୁଲାମଣି ମାରାଣ୍ଡି, ରେମୁଣାରୁ ଶିବା ସିଂହ, ଜୟନ୍ତୀ ସାହୁ, ନୀଳଗିରିରୁ ପ୍ରଫୁଲ୍ଲ ନାୟକ, ହୀରନ ଦାସ ଏବଂ ନୀଳଗିରି ଏନଏସିରୁ ଗାୟତ୍ରୀ ବେହେରା, ଗଜେନ୍ଦ୍ର ମହାପାତ୍ର ପ୍ରଭୃତି ପେନସନ ଗ୍ରହଣ କରିଥିଲେ । ଏହା ସହ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ 'ମଧୁବାବୁ ପେନସନ ଯୋଜନା' ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ଆଜି ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଅଛନ୍ତି, ସେଠାରେ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (SME) ମଧ୍ୟ ରହିଛି । ଏବେ ମହିଳାମାନେ କେବଳ 'ହିତାଧିକାରୀ' ହୋଇ ରହିବେ ନାହିଁ, ସେମାନେ ଉଦ୍ୟୋଗୀ ହେବେ । ଆମର ଜନକଲ୍ୟାଣକାରୀ ସରକାର ହିତାଧିକାରୀଙ୍କୁ ନିଜର ପ୍ରାପ୍ୟ ଓ ଅଧିକାର ପ୍ରଦାନ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ପୂର୍ବ ସରକାର ସମୟରେ ଭତ୍ତା ପାଇଁ ହେଉଥିବା ଦୀର୍ଘଦିନର ଅପେକ୍ଷା ଆଉ କାହାକୁ କରିବାକୁ ପଡ଼ିବ ନାହିଁ । ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ପେନସନ କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ମଣିଷର ଆତ୍ମସମ୍ମାନ ଓ ସାମାଜିକ ସୁରକ୍ଷାର ପ୍ରତୀକ। ଆମ ସରକାର ବିଶେଷ କରି ବୃଦ୍ଧ, ଅସହାୟ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କିପରି ସୁରୁଖୁରୁରେ ମାସିକ ପେନସନ ପ୍ରଦାନ କରାଯିବ ସେ ପ୍ରତି ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି । ଏହି ଅବସରରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ଆଜି ବାଲେଶ୍ୱର ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ଅବସର। ଆଜି ଏଠାରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ ବାଣ୍ଟୁଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଗଣେଶ ରାମ ସିଂହ ଖୁଣ୍ଟିଆ, ସରକାରୀ ଉପମୁଖ୍ୟସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ବିଭାଗୀୟ କମିଶନର ତଥା ଶାସନ ସଚିବ ଡକ୍ଟର ବୃନ୍ଦା. ଡି ଏବଂ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ସମେତ,ବହୁସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।

powered by social2s

ଓଡ଼ିଶାରେ ବଢ଼ିଲା ଶୀତ, ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୫°C

Details
Odia Ray Admin
ଓଡିଶା
10 November 2026

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଛି ଶୀତ। ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ ଓ ହୀରାକୁଦରେ ୧୬ ଡିଗ୍ରୀ ରେକର୍ଡ ହୋଇଛି। ସମ୍ବଲପୁରରେ ୧୬.୨ ଡିଗ୍ରୀ ଓ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି।

powered by social2s

ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ; ଭାରତ ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୮ କ୍ରୀଡ଼ାବିତ୍‌

Details
Odia Ray Admin
ଓଡିଶା
09 November 2026

ଭୁବନେଶ୍ୱର : ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଆୟୋଜନର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଗ୍‌ବୀ ଇଣ୍ଡିଆ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ ଠାରେ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଅନୁଷ୍ଠିତ ହେବ। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ରେ ୧୦ଟି ଦେଶ ଯଥା ଭାରତ, ହଙ୍ଗକଙ୍ଗ ଚାଇନା, ଉଜ୍‌ବେକିସ୍ତାନ, ଚାଇନିଜ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଜୋର୍ଡାନ ଦେଶ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ। ୧୦ଟି ଦେଶରୁ ସର୍ବମୋଟ ୧୭ଟି ଟିମ୍ (୧୦ଟି ପୁରୁଷ ଟିମ୍ ଏବଂ ୭ଟି ମହିଳା ଟିମ୍) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଭାରତ ପୁରୁଷ ଟିମ୍‌ରେ ପୁଷ୍ପେନ୍ଦର (କ୍ୟାପ୍‌ଟେନ), ରଞ୍ଜନ ରାୱତ (ଭାଇସ୍‌ କ୍ୟାପ୍‌ଟେନ), ଅଜିତ୍‌ ନିଗମ, ଅମନ୍‌, ଅରୁଣ ପ୍ରଜାପତ୍,ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍, ନମନ ଯାଦବ, ରାହୁଲ ମାଝୀ, ରୋହିତ କୁମାର, ସୁବାସ ହାଁସଦା ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଥିବା ବେଳେ ଭାରତ ମହିଳା ଟିମ୍‌ରେ ତନୁଶ୍ରୀ ଭୋଁସଲେ (କ୍ୟାପଟେନ୍‌), ମାମାଲି ସିଂ (ଭାଇସ କ୍ୟାପଟେନ୍‌), ଅକ୍ଷୟା ଏନ୍‌ଏସ, ଅନିତା ମୁର୍ମୁ, ଅନୁଷ୍କା ସଙ୍କପାଲ, ଦୀପାଳି ତାଠେ, ଖୁସି ଦେବୀ, କୀର୍ତ୍ତି ଯାଦବ, ଆଦିତି ସଖାରାମ୍ ଲୋନ୍ଧେ, ସଲୋନୀ କୁମାରୀ, ସମୃଦ୍ଧି କଦମ୍, ସୁମିତ୍ରା ମୁର୍ମୁ ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଛନ୍ତି। ଭାରତ ପୁରୁଷ ଟିମ୍‌ରେ ୫ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍,ରାହୁଲ ମାଝୀ, ସୁବାସ ହାଁସଦା) ଓ ଭାରତ ମହିଳା ଟିମ୍‌ରେ ୩ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ମାମାଲି ସିଂ, ଅନିତା ମୁର୍ମୁ ଓ ସୁମିତ୍ରା ମୁର୍ମୁ) ସ୍ଥାନ ପାଇଛନ୍ତି। ଏଥିସହ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬'ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି ଯେଉଁଥିରେ ଓଡ଼ିଶାର ପାରମ୍ପରିକ କଳା 'ଝୋଟିଚିତା'କୁ ପ୍ରଦର୍ଶିତ କରାଯାଇଛି। ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଆୟୋଜନର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ସବିସ୍ତୃତ ସମୀକ୍ଷା କରିଥିଲେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କ ଆଗମନ, ସେମାନଙ୍କ ସୁରକ୍ଷିତ ରହଣି, ଗମନାଗମନ, ଆତିଥ୍ୟ ଓ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରତିଯୋଗିତା ଆୟୋଜନ ହେଉଥିବା ସମୟରେ କ୍ରୀଡ଼ାବିତ୍‌ ଓ ସମସ୍ତ ଦର୍ଶକମାନଙ୍କର ସୁରକ୍ଷା, ପୋଲିସ ଫୋର୍ସ ମୁତୟନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀକରଣ, ଅଗ୍ନି ନିରାପତ୍ତା ଆଦି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬'ର ଆୟୋଜନ ଓଡ଼ିଶାରେ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍‌ରେ ୩ ଟି ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ସବ୍-ଜୁନିୟର ନ୍ୟାସନାଲ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍, ଅସ୍ମିତା ରଗ୍‌ବୀ ଲିଗ୍-ନ୍ୟାସନାଲ ଏବଂ ନ୍ୟାସନାଲ ରଗ୍‌ବୀ ୧୫ ଏସ୍‌ ଚାମ୍ପିୟନସିପ୍- ଡିଭିଜନ୍‌ ୧) ଅନୁଷ୍ଠିତ ହୋଇସାରିଛି। ଏହାପରେ ନଭେମ୍ବର ୧୪ ଓ ୧୫ ତାରିଖରେ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬) ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ର ଆୟୋଜନ ଦେଶ ଓ ରାଜ୍ୟର ଅନେକ ଯୁବ କ୍ରୀଡ଼ାବିତ୍‌ଙ୍କୁ ରଗ୍‌ବୀରେ ନିଜ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଆଜିର ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ପୋଲିସ କମିଶନର ଡ଼. ସୁରେଶ ଦେବଦତ୍ତ ସିଂହ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

ଓଡ଼ିଶାରେ ବାୟୁ ପ୍ରଦୂଷଣ ଭୟାବହ: ପୁରୀ-କୋଣାର୍କ-ଭୁବନେଶ୍ୱରରେ ନିଃଶ୍ୱାସ ନେବା ମୁସ୍କିଲ୍

Details
Odia Ray Admin
ଓଡିଶା
09 November 2026

ଭୁବନେଶ୍ୱର: ଓଡ଼ିଶାରେ ବାୟୁ ପ୍ରଦୂଷଣ ଏବେ ଭୟାବହ ରୂପ ନେଇଛି। ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହରକୁ ଟପି ଏବେ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରର ପବନ ବିଷାକ୍ତ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ସବୁଠି AQI ବିପଜ୍ଜନକ ସ୍ତର ଅତିକ୍ରମ କରିଛି। ଦୀପାବଳି ବାଣ ଧୂଆଁ ପରେ ବାୟୁମଣ୍ଡଳରେ ବିଷାକ୍ତ କଣିକାର ପରିମାଣ ବହୁ ଗୁଣ ବଢ଼ି ଯାଇଛି। ଏହାର ପ୍ରଭାବରେ ଲୋକେ କାଶ, ଆଖି ଜଳାପୋଡ଼ା ଏବଂ ଶ୍ୱାସକଷ୍ଟର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ସତର୍କ କରାଇ କହିଛନ୍ତି, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ହିଁ ଭଲ।

powered by social2s

'ଆମ ବସ୍‌' ଧକ୍କାରେ ୩ ମହିଳା ଆହତ

Details
Odia Ray Admin
ଓଡିଶା
09 November 2026

କେନ୍ଦୁଝର: `ଆମ ବସ୍‌' ଧକ୍କାରେ ୩ ମହିଳା ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ସୂଚନା। କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଧୀନ ଆଟୋପୁର୍ ଠାରେ `ଆମ ବସ୍‌' ଧକ୍କା ହୋଇଛି।

powered by social2s

ଶ୍ରେଣୀଗୃହରେ ହଠାତ୍‌ ଟଳିପଡ଼ିଲେ ଛାତ୍ରୀ

Details
Odia Ray Admin
ଓଡିଶା
09 November 2026

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା କମଳା ଆଦର୍ଶ ବାଳିକା ହାଇସ୍କୁଲର ଶ୍ରେଣୀଗୃହରେ ହଠାତ୍‌ ଟଳିପଡ଼ିଲେ ଜଣେ ଛାତ୍ରୀ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

powered by social2s

ଅଟିଜିମ ଯୁବକ ଆଶୁତୋଷଙ୍କର ଆନ୍ତର୍ଜାତୀୟ ରେକର୍ଡ ହାସଲ

Details
Odia Ray Admin
ଓଡିଶା
09 November 2026

ଭୁବନେଶ୍ୱର: ଜାମସେଦପୁରର ଅଟିଜିମ ଯୁବକ ଆଶୁତୋଷ ପାଣିଗ୍ରାହୀ ଶାସ୍ତ୍ରୀୟ ସଙ୍ଗୀତ ଷେତ୍ରରେ ଆନ୍ତର୍ଜାତୀୟ ରେକର୍ଡ ହାସଲ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ସମ୍ପ୍ରତି ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ନିଜ ନାମ ପଞ୍ଜୀକୃତ କରିଛନ୍ତି।୨୦ ବର୍ଷୀୟ ଶ୍ରୀ ପାଣିଗ୍ରାହୀ ୩ ମିନିଟ୍ ୪୭ ସେକେଣ୍ଡ ମଧ୍ୟରେ ୫୦ଟି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗର ପକଡ଼ ଚିହ୍ନଟ କରି ଏବଂ ଗାଇ ଏହି ଅସାଧାରଣ ସଫଳତା ଲାଭ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଗତ ୩ ବର୍ଷ ଧରି ସେ ୬୦ଟି ରାଗ ଶିକ୍ଷା କରିଛନ୍ତ। ଏଥିମଧ୍ୟରୁ ସେ ରେକର୍ଡ ପାଇଁ ୫୦ଟି ରାଗକୁ ବାଛିଛନ୍ତି। ଏସିଆ ବୁକ୍ ପ୍ରତିଯୋଗିତାରେ ଯୋଗଦେବା ପାଇଁ ଚୟନିତ ହେବାର ସମସ୍ତ ଶ୍ରେୟ ଆଶୁତୋଷଙ୍କର ଗୁରୁଜୀ, ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପବନ କୁମାର ଚୌବେଙ୍କୁ ଯାଉଛି। ଆଶୁତୋଷଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଜାଣି ମଧ୍ୟ ସେ ବହୁତ ଧୈର୍ଯ୍ୟ, ଯତ୍ନ ଓ ଆନ୍ତରିକତା ସହ ତାଙ୍କୁ ତାଲିମ ଦେଇଛନ୍ତି।ଏସିଆ ରେକର୍ଡର ପରିକଳ୍ପନା ତାଙ୍କରହିଁ ଥିଲା। ଶ୍ରୀ ଚୌବେ ଏନେଇ ସମସ୍ତ ଯୋଜନା ନିଜେ ପ୍ରସ୍ତୁତ କରିଛନ୍ତି ଏବଂ ରେକର୍ଡ ପରୀକ୍ଷା ପୂର୍ବରୁ ଆଶୁତୋଷଙ୍କ ଅଭ୍ୟାସ ଅଧିବେଶନଗୁଡ଼ିକୁ କଠୋର ଭାବେ ମାର୍ଗଦର୍ଶନ ଦେଇଛନ୍ତି। ଆଶୁତୋଷଙ୍କ ନାମ ପୂର୍ବରୁ ୨୦୨୩ ମସିହାରେ ଆବାକସ୍ ବିଭାଗରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ପଞ୍ଜୀକୃତ ହୋଇସାରିଛି। ସେ ମାତ୍ର ୧୫ ମିନିଟ୍‌ରେ ୨୦୮ଟି ଯୋଗ, ବିୟୋଗ ଓ ଗୁଣନ ସମାଧାନ କରି ପାରିଥିଲେ। ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍କସନ୍ ସହ ବିଶାରଦ ହାସଲ କରିଛନ୍ତି। ୨୦୨୪ ମସିହାରେ ସେ କାନପୁରଠାରେ ଅନୁଷ୍ଠିତ ସ୍ପେସିଆଲ୍ ଅଲିମ୍ପିକ୍ସ ଭାରତରେ ପାୱାର ଲିଫ୍ଟିଙ୍ଗ୍‌ କରି ୩ଟି ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୨୫ ମସିହାରେ ବିଶ୍ୱ ଅଟିଜମ୍ ଦିବସ ଅବସରରେ ସୁବାହ୍‌-ଏ-ବନାରସ୍ ମଞ୍ଚରେ ସେ ପ୍ରଥମ ନିଉରୋଡାଇଭର୍ଜେଣ୍ଟ କଳାକାର ଭାବରେ ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ। ୨୦୨୬ ମସିହାରେ ରାଜ୍ୟସ୍ତରୀୟ ଦୌଡ଼ରେ ୨ଟି ସ୍ୱର୍ଣ୍ଣ ଓ ୧ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ଦୁଇ ବର୍ଷର କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ବର୍ତ୍ତମାନ ଉଚ୍ଚତର କମ୍ପ୍ୟୁଟର କୋର୍ସରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଦିବ୍ୟ କଳା ମଞ୍ଚରେ ଦିଲ୍ଲୀ, ରାୟପୁର, ରାଞ୍ଚି, ଭୁବନେଶ୍ୱର ଓ ବିଶାଖାପାଟଣା ଠାରେ ୫ ଥର ପ୍ରଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବର୍ତ୍ତମାନ ଆଶୁତୋଷ ନିୟୁୟର୍କର ଭାବନା ସୁଧୀରଙ୍କ ତତ୍ତ୍ୱାବଧାନରେ ସ୍କାପ ନାମକ ଏକ ଅନ୍ତର୍ଜାତୀୟ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ଆଶୁତୋଷ ଓମେଗା ଲିଓ କ୍ଲବ୍‌ର ଅଧ୍ୟକ୍ଷ ଭାବେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସଫଳତାର ସହ ସମାପ୍ତ କରି ଏବେ ତୃତୀୟ ଥର ପାଇଁ ଅଧ୍ୟକ୍ଷ କାର୍ଯ୍ୟ ଜାରି ରଖିବାର ବିରଳ ସୁଯୋଗ ପାଇଛନ୍ତି। ଜାମସେଦପୁର ମ୍ୟୁଜିକ୍ ସର୍କଲ୍‌ ପକ୍ଷରୁ ଆୟୋଜିତ ବହୁ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆଶୁତୋଷ ବେଶ ପ୍ରଶଂସା ପ୍ରାପ୍ତ କରିଛନ୍ତି। ଆଶୁତୋଷଙ୍କୁ ୯ ବର୍ଷ ବୟସରେ ଅଟିଜିମ ସ୍ପେକ୍ଟ୍ରମ୍ ଡିଜଅର୍ଡର୍ ନିର୍ଣ୍ଣୟ କରାଯାଇଥିଲା। ଏହି ରୋଗର ଉପଚାର ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆବିଷ୍କୃତ ହୋଇନାହିଁ। ଆଶୁତୋଷ ଅନେକ ନିଉରୋଡାଇଭର୍ଜେଣ୍ଟ ସନ୍ତାନ ଥିବା ପିତାମାତାଙ୍କ ପାଇଁ ଏକ ଆଦର୍ଶ। ଆଶୁତୋଷ ଜଣେ ସରଳ, ସୁଧୀର, ସୁଶୀଳ ଓ ସ୍ନେହୀ ଯୁବକ। ନିଜର ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ସହିତ ସେ ତାଙ୍କର ଜୀବନ ଯାତ୍ରା ଜାରୀ ରଖିଛନ୍ତି। ଆଶୁତୋଷ ପାଣିଗ୍ରାହୀଙ୍କ ସଫଳତାର କାହାଣୀ ଅନ୍ୟ ଅଟିଜିମ ଯୁବକ ଓ ବାଳକ ମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉଦାହରଣ ହୋଇପାରେ, ଯେଉଁମାନଙ୍କ ସଂଖ୍ୟା ଭାରତରେ ପ୍ରତି ଶହେ ଜଣରେ ଜଣେ। ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ସମର୍ଥନ, ପ୍ରୋତ୍ସାହନ, ସମୟୋପଯୋଗୀ ପୃଷ୍ଠପୋଷକତା ଓ ପ୍ରେରଣା ମିଳିପାରିଲେ, ଅସମ୍ଭବ କଥା ମଧ୍ୟ ସମ୍ପୂର୍ଣ୍ଣ ସମ୍ଭବ ହୋଇପାରିବ ବୋଲି ଆଶୁତୋଷ ପ୍ରମାଣିତ କରି ଦେଖାଇଛନ୍ତି। ଆଶୁତୋଷ ବର୍ତ୍ତମାନ ଜଣେ ସଙ୍ଗୀତ ଶିକ୍ଷକ ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଭବିଷ୍ୟତରେ କମ୍ପ୍ୟୁଟର କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ଚାହାନ୍ତି। ଆଶୁତୋଷ ଙ୍କର ଗର୍ବିତ ପିତାମାତା, ତାଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତାକୁ ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ଓ ପ୍ରଚୁର ସୁଯୋଗ ସୃଷ୍ଟି କରି ପାରି ଥିବାରୁ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର । ତାଙ୍କ ପିତା ବିଶ୍ୱଜିତ ପାଣିଗ୍ରାହୀ ନାଗପୁର ପରମାଣୁ ଶକ୍ତି ବିଭାଗରେ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ମାତା ଡକ୍ଟର ନିବେଦିତା କର ଗତ ୧୦ ବର୍ଷ ଧରି ଜାମସେଦପୁରରେ ନିଉରୋଡାଇଭର୍ଜେଣ୍ଟ ବ୍ୟକ୍ତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଡକ୍ଟର କର ବର୍ତ୍ତମାନ ପ୍ରୟାସ ଏକ ପହଲ ନାମକ ଏନ୍‌ଜିଓର ଅଧ୍ୟକ୍ଷା ଅଛନ୍ତି।

powered by social2s

More Articles ...

  1. ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର
  2. ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଫାଟିଲା ଗ୍ୟାସ ସିଲିଣ୍ଡର, ୧୦ ରୁ ଅଧିକ ଆହତ
  3. ଦୀପାବଳିରେ ଜନମାଟିରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Page 11 of 2249
  • Start
  • Prev
  • 6
  • 7
  • 8
  • 9
  • 10
  • 11
  • 12
  • 13
  • 14
  • 15
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.