ଆଜିଠୁ ଓଡ଼ିଶାରେ ୧୪-ଦିନିଆ ଲକଡାଉନ; ରାଉରକେଲା ଡେଲି ମାର୍କେଟରେ ପ୍ରବଳ ଭିଡ଼
ଭୁବନେଶ୍ୱର/ରାଉରକେଲା: ଆଜିଠୁ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ୧୪-ଦିନିଆ ଲକଡାଉନ। ସକାଳ ୬ ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ କେବଳ ନିଜ ଘରଠୁ ୫୦୦ ମିଟର ଭିତରେ ଥିବା ପରିବା, ତେଜରାତି, ମାଛ, ମାଂସ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଚାଲି ଚାଲି ଯାଇ କିଣିପାରିବେ ଲୋକେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ସକାଳୁ ରାଉରକେଲା ଦେଲି ମାର୍କେଟର ଥିବା ଆଳୁ ଗୋଦାମ, ପରିବା ଓ ମାଛ ବିକ୍ରି କରୁଥିବା ସ୍ଥାନରେ ସାମାଜିକ ଦୂରତା ନିୟମ ଭୁଲି ଲୋକେ ପ୍ରବଳ ଭିଡ଼ କରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ଦୋକାନ ବନ୍ଦ କରିଥିଲା । ସେହିପରି ଭୁବନେଶ୍ୱରର ଅନେକ ପନି ପାରିବା ଓ ମାଛ ବିକୁଥିବା ଜାଗାକୁ ଗ୍ରାହକ ମାନେ ନିଜ ଗାଡ଼ି ବ୍ୟବହାର କରି ପହଞ୍ଚୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଭୁବନେଶ୍ୱର ଡିସିପି କହିଥିଲେ ଯେ ଜରୁରୀ କାମରେ ବାହାରକୁ ବାହାରିଲେ ୧୦୦ କୁ କଲ କରି ଚେକ ପୋଷ୍ଟରେ ଯାଇପାରିବେ। ଜରୁରୀ କାମ ନ ଥିଲେ ଅଳ ଦେଖାଇ ବୁଲିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଖରାଛୁଟି
ଭୁବନେଶ୍ୱର: କାଲିଠାରୁ ଓଡ଼ିଶାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ଆରମ୍ଭ ହେବ ଖରାଛୁଟି । ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି। ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସିପାଲ ମାନଙ୍କୁ ଚିଠି। ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଖରଛୁଟି ଘୋଷଣା। ଖରାଛୁଟି ନେଇ ଚିଠି କଲେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି। ଖରାଛୁଟି ବେଳେ ଅନଲାଇନ କ୍ଲାସ ଓ ପରୀକ୍ଷା ମନା।
ଲସୀ ପିଇ ନାବାଳିକା ମୃତ, ଦୁଇ ବ୍ୟବସାୟୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ଲସୀ ପିଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଦୁଇ ଜଣ ବ୍ୟବସାୟୀ ଗିରଫ ହୋଇଥିବା ଜଣାପଡ଼ିଛି। ଲାସୀର ନମୁନା କୁ ପରୀକ୍ଷା ପାଉଁ ଭୁବନେଶ୍ୱର ପଠାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲାସୀରେ ମାଛ ବରଫ ଏବଂ ପଚା କଦଳୀ ମିଶା ହୋଇଥିଲା। ନାବାଳିକା ଜଣକ ହେଲେ ମୋନିକା ମାଡକାମୀ। ମେ ୧ ତାରିଖ ଦିନ କୁର୍ତ୍ତି ହାଟରେ ଲସୀ ପିଇ ଶତାଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥଙ୍କ ମଧ୍ୟରେ ମୋନିକା ଥିଲେ।
ଲକଡାଉନ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିବ ପୋଲିସ
ଭୁବନେଶ୍ବର: ଆସନ୍ତା କାଲିଠାରୁ ସାରା ଓଡ଼ିଶାରେ ଲାଗୁ ହେବ ଲକଡାଉନ। ଲକଡାଉନ ସମୟରେ ବହାରକୁ ବାହାରିଲେ ୧୦୦ କୁ କଲ କରି ଚେକ ପୋଷ୍ଟରେ ଯାଇପାରିବେ ବୋଲି କହିଲେ ଭୁବନେଶ୍ୱର ଦିସିପି ଉମାଶଙ୍କର ଦାଶ। ଜରୁରୀ କାମ ଆଳ ଦେଖାଇ ଅଯଥାରେ ବୁଲିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। କୌଣସି ଅପରାଧିକ ଅଭିଯୋଗ ଥିଲେ ଥାନାକୁ ନ ଆସି ଫୋନ୍ ରେ ଜଣାଇବାକୁ ଅନୁରୋଧ କରିଛନ୍ତି ଡିସିପି। ୧୦୦ କିମ୍ବା ନିକଟସ୍ଥ ଥାନାର ଲ୍ୟାଣ୍ଡଲାଇନ ନୁମ୍ବରକୁ କଲ କରି ଜାଣିପାରିବେ ଜନସାଧାରଣ। ସେ କହିବା ଅନୁଯାୟୀ, ଆବଶ୍ୟକ ଥିଲେ ପୋଲିସ ଲୋକଙ୍କ ଘରକୁ ଯାଇ ରିପୋର୍ଟ ଗ୍ରହଣ କରିବେ ପୋଲିସ କର୍ମଚାରୀ। ଖୁବ ଶୀଘ୍ର ମାମଲା ରୁଜୁ କରି ତଦନ୍ତ କରାଯିବ। ଏଫ ଏଇ ଆର କପି Whatsapp କିମ୍ବା ଇ ମେଲ ରେ ପଠାଯିବ।
କୋଭିଡ ନିୟମ ଉଲଂଘନ କରି ପାଠପଢ଼ା ଚାଲିଥିବା ବେଳେ ସ୍କୁଲ୍ ରେ ଚଢ଼ାଉ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଏକ ସ୍କୁଲ୍ ରେ ଚଢ଼ାଉ କରାଯାଇଛି।
ବଡ଼ଗଡ଼ କେନାଲ ରୋଡ଼ରେ ଥିବା ଓମ ଗୁରୁକୂଳ ପବ୍ଲିକ ସ୍କୁଲ୍କୁ ସିଲ କଲା ବିଏମସି।
କୋଭିଡ ନିୟମ ଉଲଂଘନ କରି ସ୍କୁଲ୍ ରେ ୩୦ ରୁ ଅଧିକ ପିଲାଙ୍କୁ ନେଇ ଚାଲିଥିଲା ପାଠପଢା।
କରୋନା ପୀଡ଼ିତଙ୍କ ଘରେ ମାଗଣାରେ ଖାଦ୍ୟ ପୁଡ଼ିଆ ବଣ୍ଟନ
ଭୁବନେଶ୍ୱର: ଭୁବନେଶ୍ୱରରେ ରହୁଥିବା ପରିବାର ଗୁଡ଼ିକ ମଧ୍ୟରୁ ବହୁ ବରିଷ୍ଠ ନାଗରିକ ଓ ଅନ୍ୟ ଲୋକମାନେ କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁନାହାନ୍ତି। ସେମାନଙ୍କ ସାଙ୍ଗରେ ଏହି ଦୁଃଖ ସମୟରେ ଛିଡ଼ା ହୋଇ ସହଯୋଗର ହାତ ବଢାଇ ସେମାନଙ୍କୁ ଘରେ ରୋଷେଇ ହୋଇ ଖାଦ୍ୟ ପୁଡିଆ ମାଗଣାରେ ଦିଆଯାଉଛି ।
ଭୁବନେଶ୍ୱରର ରଙ୍ଗବଜାର, ବାଳକାଟି, ଲକ୍ଷ୍ମିଶାଗର, ନୟାପଲ୍ଲୀ, ପଳାସୁଣି,ପଳାସପଲ୍ଲୀ, ଶହୀଦନଗର, ରସୁଲଗଡ, ଝାରପଡ଼ା, ଆଚାର୍ଯ୍ୟ ବିହାର ଓ ଅନ୍ୟାନ୍ୟ ଜାଗା ଗୁଡ଼ିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ବଣ୍ଟା ଯାଉଛି । ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ର ମିଳିତ ସହଯୋଗରେ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି ।
