ଜେଲ୍ ରୁ ବାହାରିଲେ ଆରୟନ୍ ଖାନ୍
ମୁମ୍ବାଇ: ୨୮ ଦିନ ପରେ ଆର୍ଥର ରୋଡ ଜେଲରୁ ବାହାରିଲେ ଶାହରୁଖ୍ ଖାନଙ୍କ ପୁଅ ଆର୍ ୟାନ ଖାନ୍ । ଡ୍ରଗସ୍ ମାମଲାରେ ଅକ୍ଟୋବର ୨ ତାରିଖରେ ଆର୍ ୟନ୍ ଖାନଙ୍କୁ ଗିରଫ କରିଥିଲା NCB ।
ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ
ମୁମ୍ବାଇ: ଦୀର୍ଘ ୨୬ ଦିନ ପରେ କିଙ୍ଗ ଖାନ୍ ସାହାରୁଖ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି। ତାଙ୍କ ସହ ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ର ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି।
ଜାମିନ ମିଳିଥିଲେ ମଧ୍ୟ ଆଜି ରାତି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ରହିବେ। ଆସନ୍ତା କାଲି ହାଇକୋର୍ଟ ଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ସମସ୍ତ ଅଭିଯୁକ୍ତ ଜେଲରୁ ବାହାରି ପାରିବେ ବୋଲି ଜଣାପଡିଛି।
ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଶୁଣାଣି ବେଳେ ଆର୍ଯ୍ୟନ୍ ଙ୍କ ଜାମିନ ଙ୍କୁ ଘୋର ବିରୋଧ କରିଥିଲେ। ସେ କୋଟରେ କହିଥିଲେ ଯେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଥିବାରୁ ଅତିକମରେ ସେଦିନ ସେ ଡ୍ରଗ୍ସ ସେବନ କରିନଥାନ୍ତେ। ସେହିଭଳି ସେ ଆହୁରି ମଧ୍ୟ କହିଥିଲେ ଯେ ଆର୍ଯ୍ୟନ୍ ନିୟମିତ ଡ୍ରଗ୍ସ ସେବନ କରୁଥିଲେ ଓ ଏହାକୁ କିଣୁଥିବାର ପ୍ରମାଣ ମଧ୍ୟ ରହିଛି।
ତେବେ ଶେଷରେ କୋଟ ଆର୍ଯ୍ୟନ୍ ଖାନ୍ ଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ୍ ଫାଲକେ ପୁରସ୍କାର
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ ଙ୍କୁ ଦାଦା ସାହେବ୍ ଫାଲକେ ଆୱାର୍ଡ଼ ପ୍ରଦାନ କଲେ ଉପରାଷ୍ଟ୍ରପତି ଭେଙ୍କଇଆ ନାଇଡୁ।
ଏଥିସହିତ ଧନୁଷ ଏବଂ ମନୋଜ ବାଜପେୟୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର । କଙ୍ଗନା ରଣାୱାତ୍ ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।
ବଦଳିଲା ଫେସ୍ ବୁକ୍ ର ନାଁ
ନୂଆଦିଲ୍ଲୀ: ଫେସ୍ ବୁକ୍ ର ନାଁ ବଦଳି ହେଲା ମେଟା । ଏ ନେଇ ସୂଚନା ଦେଇଛନ୍ତି କମ୍ପାନୀର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ପୂର୍ବରୁ ଫେସ୍ ବୁକ୍ ର ନାଁ ପରିବର୍ତ୍ତନ ନେଇ ହେଉଥିଲା ଚର୍ଚ୍ଚା । ସୋସିଆଲ ମିଡିଆ ମେଟାଭର୍ସ ର ନୂତନ ଅର୍ଧ୍ୟାୟ ସୃଷ୍ଟି ହେବ । ଆଗକୁ ଏହି ଆପ୍ ରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଦୀର୍ଘ ୧୭ ବର୍ଷ ଧରି ଫେସ୍ ବୁକ୍ ଗୋଟିଏ ନାଁ ରେ ଜଣାଥିଲା, କିନ୍ତୁ ବର୍ତ୍ତମାନ ଏହାର ନୂଆ ନାମକରଣ କରାଯାଇଛି । ୨୦୦୪ ରେ ପ୍ରତିଷ୍ଠା ହୋଇଥିଲା ଫେସବୁକ୍ ।
NEET-ପିଜି କାଉନସେଲିଙ୍ଗ ସ୍ଥଗିତ
ନୂଆଦିଲ୍ଲୀ: NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। OBC ଓ EWS ପାଇଁ ସଂରକ୍ଷଣ ବୈଧତା କୁ ନେଇ ପ୍ରଶ୍ନ କଲେ । ସର୍ବ ଭାରତୀୟ କୋଟା ରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ।
ପାର୍ବଣ ପାଇଁ ସତର୍କ କଲା କେନ୍ଦ୍ର
ନୂଆଦିଲ୍ଲୀ: ପାର୍ବଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ କୋଭିଡ ନିୟମ ପାଳନକୁ ଗୁରୁତ୍ଵ ଦିଆଯାଇଛି ।ମଲ୍ ଓ ବଜାର ଖୋଲିବା ନେଇ ନଭେମ୍ବର ୩୦, ୨୦୨୦ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି।
