ଗ୍ରାହକଙ୍କ ପାଇଁ ବଦଳିଲା ବ୍ୟାଙ୍କର ସମୟ
ଭୁବନେଶ୍ବର: କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କଲେ ଓଡିଶା ସରକାର।
ଗ୍ରାହକ ସେବା ସମୟ ୧୦ରୁ ଅପରାହ୍ନ ୪ଟା ପରିବର୍ତ୍ତେ ଦିନ ୨ଟା ଯାଏ ଉପଲବ୍ଧ ହେବ। ଆସନ୍ତା ୧୫ ତାରିଖ ଯାଏ ଲାଗୁହେବ ନୂଆ ସମୟ।
ତେବେ ପୂର୍ବ ଭଳି ସକାଳ ୧୦ ରୁ ଅପରାହ୍ନ ୪ଟା ଯାଏ ଖୋଲାରହିବ ବ୍ୟାଙ୍କ।
ନୂଆ ସମୟ ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ନିର୍ଦ୍ଦେଶ ଦେଲା ଅର୍ଥ ବିଭାଗ।
ରୋଟେସନ ଆଧାରରେ ୫୦% କର୍ମଚାରୀ ଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।।
ଏଟିଏମ୍ ରେ ପର୍ଯ୍ୟାପ୍ତ ଟଙ୍କା ମହଜୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟାପାହାଡ଼ ନିକଟରେ ଏକ ଟ୍ରେନ ଲାଇନ ଉଡାଇଲେ ମାଓବାଦୀ। ବିସ୍ଫୋରଣରେ ଦୁଇ ମିଟର ପର୍ଯ୍ୟନ୍ତ ଟ୍ରେନ ଲାଇନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ମୁମ୍ବାଇ-ହାୱଡା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସର ନକ୍ସଲ ବିରୋଧୀ ଅପେରସନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ମାନେ ଏପରି କାଣ୍ଡ କରିଥିବା ଜଣାପଡ଼ିଛି। ପୂର୍ବରୁ ଏପ୍ରିଲ ୨୬ ତାରିଖରେ ଭାରତ ବନ୍ଦ କରିବା ପାଇଁ ମାଓବାଦୀ ମାନେ ସୂଚନା ଦେଇଥିଲେ।
