ଦିନ ୨ ଟା ରୁ ସାରା ଓଡ଼ିଶାରେ ବନ୍ଦ ରହିବ ଦୋକାନ ବଜାର
ଭୁବନେଶ୍ୱର: ମଇ ତିନି ତାରିଖରୁ ସାରା ରାଜ୍ୟରେ ଦିନ ଦୁଇ ଟାରୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଘୋଷଣା କରଛି। କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ମହାସଂଘ ଏହି ନିଷ୍ପତି ନେଇଛି।ଏହା ଆସନ୍ତା ମଇ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
କଟକ ସହରରେ ୨ ଟା ପରେ ଦୋକାନ ବନ୍ଦ କଟକ: କଟକ ସହରରେ ଏଣିକି ଦିନ ୨ଟା ପରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର। କରୋନା ସଂକ୍ରମଣ ବୃଦ୍ଧି ପକଥିବା ଦୃଷ୍ଟିରୁ ଏହି ନିଷ୍ପତି ନେଇଛନ୍ତି ଵ୍ୟଵସାୟୀ ସଂଘ। ନିଷ୍ପତିକୁ ସ୍ୱାଗତ କଲେ କଟକ ମୁନିସିପାଳ କର୍ପୋରେସନ କମିଶନର ଅନନ୍ୟା ଦାସ।