ଭୁବନେଶ୍ୱରରେ ଭିନ୍ନ ଭିନ୍ନ ବର୍ଗ ବୟସ୍କଙ୍କ ଲାଗି ଟୀକାକରଣ ସମୟ ନିର୍ଧାରଣ
ଭୁବନେଶ୍ୱର: ଭିନ୍ନ ଭିନ୍ନ ବର୍ଗ ବୟସ୍କଙ୍କ ଲାଗି ଟୀକାକରଣ ସମୟ ନିର୍ଧାରଣ କଲା ଭୁବନେଶ୍ୱର ମୁନିସିପାଲ କର୍ପୋରେସନ।
ସକାଳ ୮ ଟା ରୁ ୧ ଟା ଯାଏଁ ୧୮ ରୁ ୪୪ ବୟସ ର ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ୪୫ ବର୍ଷ ରୁ ଉର୍ଦ୍ଧଙ୍କୁ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଯାଏଁ ଟୀକାକରଣ ହେବ।
ଅନଲାଇନ ପଞ୍ଜିକରଣ ପରେ ହିଁ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତି ଟୀକା କେନ୍ଦ୍ର କୁ ଆସନ୍ତୁ ବୋଲି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱରରେ ତୃତୀୟ ପ୍ରର୍ଯ୍ୟୟ ଟୀକାଦାନ ପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ ବୁକିଙ୍ଗ। COWIN ପୋର୍ଟାଲରେ ପଞ୍ଜିକରଣ କରି ହେବ। ଲକ୍ଷଣ ପ୍ରକାଶ ପାଇଲେ ବିଳମ୍ବ ନକରି କୋଭିଡ଼ ଟେଷ୍ଟ କରନ୍ତୁ ବୋଲି ଚୌଧୁରୀ। ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି। ଟେଷ୍ଟଙ୍ଗି ପାଇଁ ଭୁବନେଶ୍ୱରରେ ୨୪ ଟି ସରକାରି କେନ୍ଦ୍ର ଖୋଲାଯାଇଛି ଓ ୧୨ ଟି ଘରୋଇ ସସଂସ୍ଥା ଦ୍ୱାରା ଟେଷ୍ଟ ହେଉଛି ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱରରେ ଗଣମାଧ୍ୟମ କର୍ମଚାରୀଙ୍କୁ ଦିଆଯିବ କରୋନା ଟୀକା। ଦୁଇ ହଜାର କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ଦିଆଯିବ ଟୀକା। ଆସନ୍ତା ୪ ଦିନରେ ସମସ୍ତଙ୍କୁ ଟୀକା ଦେବାପାଇଁ ଭୁବନେଶ୍ୱର ମୁନିସିପାଳ କର୍ପୋରେସନ ନିଷ୍ପତ୍ତି ନେଇଛି।
କେନ୍ଦ୍ରାପଡ଼ା: ଆଜିଠୁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଉଦ୍ୟାନ। ଏହି ସମୟରେ କୁମ୍ଭୀର ମାନେ ହିଂସ୍ର ହୋଇଥିବାରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି।
