ଭୁବନେଶ୍ୱର ତା ୨.୫.୨୧ ପ୍ରଥମ ରବିବାର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁଗୁଲ୍ ମୀଟ ଜରିଆରେ ୧୬୫ତମ କଥାମୃତ ଓ ଭଜନ ପରିବେଷଣ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଥଲେ। ଆଜିର କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଖିଳ ସାହୁ, ମଧୁସ୍ମିତା ଦାସ, ତନୁଶ୍ରି ଜେନା ପରିଚାଳନା ସହିତ ଉଚ୍ଚକୋଟୀର ଭଜନ ମଧ୍ୟ ପରିବେଷଣ କରିଥିଲେ। ଭଜନ ପରେ ପଣ୍ଡିତ ପ୍ରବାଚକ୍ ଶ୍ରୀ କାଶୀନାଥ ମିଶ୍ର ଚଳିତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ସଙ୍କୀର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ।
ମହାପ୍ରଭୁଙ୍କ କଳକୀ ଅବତାର ଓ କଳ୍ପବଟ ବୃକ୍ଷ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସମ୍ପାଦକ ମାନ୍ୟବର ଆଜୀବନ ସଦସ୍ୟମାନଙ୍କର ସର୍ବଦା କଲ୍ୟାଣ ହେବା ନିମନ୍ତେ ମହାପ୍ରଭୁଙ୍କ ପାଖରେ କାମନା କରିଥିଲେ। କାର୍ଯ୍ୟକ୍ରମରେ ଲଲିତ ପଣ୍ଡା ଅଜୟ ଚୌଧୁରୀ, ବଂଶୀଧର ନାୟକ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ଉତ୍ତମ ନନ୍ଦୀ ହରପ୍ରିୟା ବେହେରା, ସରୋଜିନୀ ପରମ ଗୁରୁ, ଚିନ୍ତାମଣି ମିଶ୍ର, ସରୋଜ ନନ୍ଦ, ଜୟ ସିଂହ, ରମାକାନ୍ତ ମିଶ୍ର,ଗାନ୍ଧୀ ଚୌଧୁରୀ, ଗଣେଶ ମିଶ୍ର, ଶିବାନୀ ଦଳାଇ, ଦେବାଶିଷ ପ୍ରଧାନ, ବିବେକାନନ୍ଦ ସ୍ୱାଇଁ, ସୁଲୋଚନା ଚାନ୍ଦ, ବୈଭବ ଯୋଶୀ, ତୃପ୍ତି ବିଶ୍ବାଳ, ଅନୁପମା ମେହେର, ଅବିନାଶ ସ୍ୱାଇଁ, ସୁଧାକର ବେହେରା, କାର୍ତ୍ତିକ ଦୁବେ, ୟୋଗେଶ ଅଗ୍ରୱାଲା, ସ୍ଵାତୀ ଦାସ, ତପନ ପ୍ରଧାନ, ନଗେନ୍ଦ୍ର ସିଂ, ହେମନ୍ତ ମିଶ୍ର, ପ୍ରେମ ଗୋଏଲ, ଦିନେଶ ଦାସ, ମାନସ ପଟନାୟକ, କୃଷ୍ଣ ଅର୍ଜୁନ, ସୁରଜ ପ୍ରକାଶ, ମଳୟ ଜେନା, ଅନୁପ ସାହୁ ଅମିତ ସାହୁ, ବିଶ୍ଵନାଥ ନାୟକ, ବନମାଳୀ ଦାସ ଓ ପରିଷଦର ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ। ସମସ୍ତେ ବହୁସଂଖ୍ୟାରେ ଯୋଗଦେଇଥିବା ରୁ ମହାହାପ୍ରଭୁ ଙ୍କ କୃପାରୁ ସମସ୍ତଙ୍କ ର ସର୍ବଦା କଲ୍ୟାଣ ହେବା ନିମନ୍ତେ କାମନା କରାଯାଇ କଥାମୃତ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା।