ଆଜି ପୁରୀ ଶ୍ରୀମନ୍ଦିରରେ ସାଢ଼େ ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ଆଜି ଶ୍ରୀଜୀଉଙ୍କର 'ଖସାପଡ଼ା ଲାଗି' ନୀତି। ପୁରୀ ଶ୍ରୀମନ୍ଦିରରେ ସାଢ଼େ ୩ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪:୩୦ ରୁ ବନ୍ଦ ରହିବ ଦର୍ଶନ। ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ ନୀତି।
ସମ୍ବଲପୁର: ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ କିଛି ଛାତ୍ରୀଙ୍କୁ ରାଗିଙ୍ଗ ଅଭିଯୋଗ ହୋଇଛି। ୪ ଛାତ୍ରୀଙ୍କ ସହ ଜଣେ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି। ଗତ ୧ ତାରିଖ ଦିନ ଏନେଇ ଦିଲ୍ଲୀ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ଦିଲ୍ଲୀ ଆଣ୍ଟି ରାଗିଙ୍ଗ ସେଲରୁ ଫୋନ ଓ ଇ-ମେଲ୍ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଙ୍ଗ ସେଲ୍ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂହ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖରେ ଦୁଇ ଗୋଷ୍ଠୀ ଛାତ୍ରୀଙ୍କ ମଧ୍ୟରେ ଏକ ବିବାଦ ଦେଖାଦେଇଥିଲା। ବିବାଦ ନେଇ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ରାଗିଙ୍ଗ ବିଷୟରେ କୌଣସି ଅଭିଯୋଗ ହୋଇନଥିଲା।
