ଜୀବନକୁ ଯେବେ ରଖିବାକୁ ଚାହଁ, କଥାଟିଏ କହୁଅଛି ଶୁଣ
Article by Puspalata Mohanty, BJB Nagar, Bhubaneswar
Article by Puspalata Mohanty, BJB Nagar, Bhubaneswar
ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନରେ ହୀରାକୁଦ ଜଳଭଣ୍ଡାର ପରିସରରେ ପ୍ରଥମ ଥର ପାଇଁ ଆଜି ଉତ୍କଳ ଦିବସରେ ଜଳକ୍ରୀଡ଼ା ସୁବିଧାର ଶୁଭାରମ୍ଭ କରାଯାଇଛି।
ଆଜି ହୀରାକୁଦଠାରେ ଏହି ଜଳକ୍ରୀଡ଼ା (ୱାଟର ସ୍ପୋର୍ଟସ୍) ସୁବିଧାକୁ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍ଘାଟନ କରି ଏହା ହୀରାକୁଦ ଜଳଭଣ୍ଡାର ଓ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ ବୋଲି କହିଛନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ଏହି ୱାଟର ସ୍ପୋର୍ଟସ ପ୍ରତି ଆକୃଷ୍ଟ ହୋଇ ଆସିବେ।
ଏହି ଉଦ୍ଘାଟନ ସମାରୋହରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବିଶେଷ କରି ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ଉପରେ ପ୍ରାଥମିକତା ଦେଉଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଜଳକ୍ରୀଡ଼ା ତଥା ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ବ୍ୟାପକ ସମ୍ଭାବନା ରହିଛି। ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକ ,ବିଶେଷକରି ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।
ସେହିପରି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା ଏହି ଜଳକ୍ରୀଡ଼ା ପରିଚାଳନା ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ।
ଏହି ଉଦ୍ଘାଟନ ସମାରୋହରେ ସମ୍ବଲପୁର ଉପଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ , ସମ୍ବଲପୁର ପାନ୍ଥନିବାସ ମ୍ୟାନେଜର ଦେବାଶିଷ ସାହୁ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନର ସହଯୋଗ ଓ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ଏକ ଘରୋଇ ସଂସ୍ଥା ଏକେଲା ଆଡ଼ଭେଞ୍ଚର୍ସ ଦ୍ବାରା ଏହି ୱାଟର ସ୍ପୋର୍ଟସ ସୁବିଧା ଯୋଗାଇ ଦିଆଯିବ।
|
ଭୁବନେଶ୍ୱର: ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର 34 ଲଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ 693.94 କୋଟି ଟଙ୍କା ରଵି ରୁତୁ ପାଇଁ ଜମା କରାଯାଇଛି ।
କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ଓଡିଶା
ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି।
ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ (Financial Year) ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ Financial Year ଆରମ୍ଭ କରୁଛି।
କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। Its heartening to note that kalia is having an impact in the lives of 37 lakh farmers in the state as well as 17 lakh landless poor. Kalia scheme is the only scheme in the entire country which also helps landless poor along with farmers.
ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି ।
ଚାଷୀକୁ zero percent interestରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ।
ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ । ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ MSP କାହାର ଦୟା ନୁହେଁ । ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି । MS Swaminathan Committee Recommendationକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ।
ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ। ବୋଲି ମୁଖ୍ୟମନ୍ତ୍ରୀ ବର୍ଣନା କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5Tଶ୍ରୀ V K pandian କାର୍ଯ୍ୟ କ୍ରମ Cordinate କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲା ର ଚାଷୀ ଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଗଲା।
|
|
ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ଥାନା ନଦିଗାଁରେ ଗତକାଲି ବିଳମ୍ବିତ ରାିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ସୂଚନା ମିଳିଛି। ଖବର ନେବାରୁ ଜଣାପଡିଛି ଯେ ସୋର ଥାନା ନଦିଗାଁ ଗ୍ରାମର ରମାକାନ୍ତ ମିଶ୍ର ,ବସନ୍ତ ମିଶ୍ର, ସୁଶାନ୍ତ ମିଶ୍ର, ପ୍ରଶାନ୍ତ ମିଶ୍ର, ହେମନ୍ତ ମିଶ୍ର, ରମାକାନ୍ତ ମିଶ୍ର, ଲମ୍ବୋଦର ପଣ୍ଡାଙ୍କର ଘର ବିଳମ୍ବିତ ରାତିରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା ନିଆଁ ର ପ୍ରକୋପ ଏତେ ଥିଲା ଯେ ନିମିସେକେ ଘରକୁ ଘର ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ ସୋର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଧାନ,ଚାଉଳ ଓ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯିବା ସହ ଘର ନିର୍ମାଣ ପାଇଁ ରମାକାନ୍ତ ରଖିଥିବା ୩୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ । |
ଭୁବନେଶ୍ୱର: ତା୧.୪.୨୧ ଉତ୍କଳ ଦିବସ ଅବସର ରେ ଦୁର୍ଗାପୂଜା ମଣ୍ଡପ, ସହିଦନଗର ଠାରେ ସମସ୍ତେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରି ଆଜିର ଦିବସକୁ ପାଳନ କରିଥିଲେ। ତତ୍ ପରେ ମା ଦୁର୍ଗାଙ୍କ ବାସନ୍ତୀ ପୂଜା ବିଷୟ ରେ ଆଲୋଚନା କରାଯାଇ ପୂର୍ବବର୍ଷ ଭଳି ଯେପରି କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ମନ୍ଦିରର ପରିଚାଳନା ନିମନ୍ତେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇ ସମାଧାନ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା, ଆଜିର କାର୍ଯ୍ୟକ୍ରମରେ ଡ ଜଗନ୍ନାଥ ମହାପାତ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରଥ, ସଂଗ୍ରାମକୁମାରରଥ,ହେମନ୍ତ କୁମାର ପରିଡ଼ା, କୋଷାଧ୍ୟକ୍ଷ ଶ୍ରୀ ହରିଶ ପ୍ରସାଦ ରଥ, ଉପ ସଭାପତି ଶ୍ରୀ ଉମାନାଥ ମିଶ୍ର, ଗୋପାଳ ମହାନ୍ତି, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ମହେନ୍ଦ୍ର ତ୍ରି ପା ଠୀ, ସୁଦ୍ରସନ ସାହୁ, ଲଲିତ ମୋହନ ପଣ୍ଡା, ଲଲିତ କୁମାର ଖୁଣ୍ଟିଆ, ହେମନ୍ତ କୁମାର ମଲିଆ, ସରୋଜ ପାତ୍ର, ରାଜେଶ ପାତ୍ର, କୁବେର ସାହୁ, ଶରତ ବେହେରା, ସୁନିଲ ସାହୁ, ସୁଶାନ୍ତ ଦାସ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବ୍ରହ୍ମପୁର: ମାଉଜର ଚାଲାଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଖାଇରପୁଟି ଗାଁର ଅମିର ଭୂୟାଁକୁ ଗିରଫ କଲା ଆସିକା ପୋଲିସ। ଦୁଇ ମାଉଜର, ୧୦ ଟି ଗୁଳି ଓ କାର ଜବତ ହୋଇଛି।