ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ। ଶ୍ରୀଜୀଉଙ୍କ ବନକଲାଗି ବେଶ ପାଇଁ ବନ୍ଦ ରହିବ ଦର୍ଶନ। ଅପରାହ୍ନ ୪ ଟା ରୁ ସନ୍ଧ୍ୟା ୮ ଟା ଯାଏଁ ବନ୍ଦ ରହିବ ଦର୍ଶନ।
ପୁରୀ: ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ। ଶ୍ରୀଜୀଉଙ୍କ ବନକଲାଗି ବେଶ ପାଇଁ ବନ୍ଦ ରହିବ ଦର୍ଶନ। ଅପରାହ୍ନ ୪ ଟା ରୁ ସନ୍ଧ୍ୟା ୮ ଟା ଯାଏଁ ବନ୍ଦ ରହିବ ଦର୍ଶନ।
ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ହେଡକ୍ୱାଟରର ବିଦ୍ୟୁତ ଅଫିସ ଆଗରେ ଧାରଣ ଦେବ କଂଗ୍ରେସ।
ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ୫ ଦିନ ଧରି ହେବାକୁ ଥିବା ଏହି ଧାରଣାର ପ୍ରଥମ ଦିନରେ ଜିଲ୍ଲା ହେଡକ୍ୱାଟର ରେ ଥିବା ବିଦ୍ୟୁତ ଅଫିସର ସମ୍ମୁଖରେ ୪ଘଣ୍ଟା ଧାରଣାରେ ବସିବ କଂଗ୍ରେସ।
ସେହିଭଳି ଦ୍ୱିତୀୟ ଓ ତୃତୀୟ ଦିନରେ ଯଥାକ୍ରମେ ବ୍ଳକ ବିଦ୍ୟୁତ କାର୍ଯ୍ୟାଳୟ ଏବଂ ଓଡିଶା ବିଦ୍ୟୁତ ନିୟାମକ ଆଗରେ ଧାରଣ ଦିଆଯିବ।
ଚତୁର୍ଥ ଦିନରେ ସବୁ ସହର ଓ ନଗର ମାନଙ୍କରେ ମହମବତୀ ଶୋଭାଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି।
ପଞ୍ଚମ ତଥା ଶେଷ ଦିନରେ ସନ୍ଧ୍ୟା ୭ଟାରେ ରାଜ୍ୟ ବାସୀଙ୍କୁ ଅଧଘଣ୍ଟା ପାଇଁ ବିଦ୍ୟୁତ କାଟିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି।
ଭୁବନେଶ୍ୱର: ଆଜିଠାରୁ ଓଡିଶାରେ ୩ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଆଶଙ୍କା ଆଜିଠାରୁ ଓଡିଶାରେ ୩ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଆଶଙ୍କା
ଗ୍ରୀଷ୍ମପ୍ରବାହ କୁ ନଜର ରେ ରଖି ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଜରିକଲା ପାଣିପାଗ ବିଭାଗ।
୨୦ ଟି ଜିଲ୍ଲା - ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ବରଗଡ଼, ଅନୁଗୁଳ, ଢେ଼ଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର,କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର,ଭଦ୍ରକ ଓ ବାଲେଶ୍ବର ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୨୦ ହଜାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ କରୋନା ଟିକା। ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ମାସ ସମୟ ମଧ୍ୟରେ ରାଜଧାନୀର ବିଭିନ୍ନ ଉଠା ଦୋକାନ, ମଲ୍ ଓ ରେସ୍ତୋରାଁ କର୍ମଚାରୀ, ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବ ବୋଲି ସେ କହିଛନ୍ତି।
ଶିକ୍ଷାନୁଷ୍ଠାନ ରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି।
କଟକ: ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲ-BOSE ରେ ଛାତ୍ର ଅଶାନ୍ତି । ସ୍କୁଲ ବନ୍ଦ କରିବା ଦାବିରେ ଟାୟାର ଜାଳି ଛାତ୍ରଙ୍କ ବିକ୍ଷୋଭ।
୩ ଛାତ୍ର କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ ଦାବି କଲେ ଛାତ୍ର। ଆସନ୍ତା କାଲିଠାରୁ ଇଂଜିନିୟରିଂ ସ୍କୁଲରେ ପରୀକ୍ଷା ହେବାର ଅଛି । ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।