ହୋଲି ପରେ ଗାଧୋଇବା ବେଳେ ବୁଡ଼ିଗଲେ ୩
ସୋନପୁର/ କଟକ/ କେନ୍ଦୁଝର: ସୋନପୁରରେ ମହାନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତ ହେଲେ ଢେ଼ଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ସୁମିତ ମେହେର। ହୋଲି ଖେଳି ଗାଧୋଇବା ବେଳେ ଘଟିଛି ଅଘଟଣ।
ସେହିପରି କେନ୍ଦୁଝର ଜିଲ୍ଲା ବାଉଁସଗଡ଼ କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହୋଲି ଖେଳ ପରେ ଗଢ଼ାଉଥିବା ବେଳେ ଘଟଣା ଘଟିଛି।
ଅନ୍ୟପଟେ କଟକ ମହାନଦୀରେ ବୁଡ଼ି ଆଉ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି। ସେ ମଧ୍ୟ ହୋଲି ଖେଳିସାରି ଗଢ଼ାଉଥିବା ବେଳେ ଘଟିଛି ଘଟଣା।
