ପୁରୀ ନୃସିଂହ ମନ୍ଦିରରେ ମୂର୍ତି ଖସି ସେବାୟତ ଆହତ
ପୁରୀ: ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିର ରୁ ଖସିଲା ମୂର୍ତି। ହୀରଣ୍ୟକଶ୍ୟପଙ୍କ ମୂର୍ତି ଖସି ସେବାୟତଙ୍କ ଗୋଡ ଉପରେ ଖସିଥିବାରୁ ଏହି ଘଟଣା ଘଟିଛି।
ଆହତ ସେବାୟତ କୁନୁ ମହାପାତ୍ର ଙ୍କୁ ମେଡିକାଲ ନିଆଯାଇଛି।
ପୁରୀ: ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିର ରୁ ଖସିଲା ମୂର୍ତି। ହୀରଣ୍ୟକଶ୍ୟପଙ୍କ ମୂର୍ତି ଖସି ସେବାୟତଙ୍କ ଗୋଡ ଉପରେ ଖସିଥିବାରୁ ଏହି ଘଟଣା ଘଟିଛି।
ଆହତ ସେବାୟତ କୁନୁ ମହାପାତ୍ର ଙ୍କୁ ମେଡିକାଲ ନିଆଯାଇଛି।
ପୁରୀ: ଦୋଳ ପୁର୍ମୀମା ଉପଲକ୍ଷେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି।
ଆଜି ଦୁର୍ଲଭ ସୁନାବେଶ ରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।
ପବିତ୍ର ଫାଲଗୁନ ପୂର୍ଣ୍ଣମୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଦୋଳ ମେଳଣ ପର୍ବ ଅନୁଷ୍ଠିତ ହେଉଛି।
କନହେଇଲାଲ ଜୀଉଙ୍କ ପ୍ରାଙ୍ଗଣରେ ହାଟପଡ଼ିଆରେ ଏହି ମେଳଣ ପର୍ବ ଆରମ୍ଭ ହୋଇଛି।
ସମସ୍ତ କୋଭିଡ ଗାଇଡଲାଇନ ମାନି ପର୍ବ ପାଳନ ହେଉଛି। କୋଭିଡ ସ୍ଥିତିକୁ ନଜରରେ ରଖି ଏ ବର୍ଷ ଅବିର ଖେଳ ଉପରେ କଟକଣା ଲାଗିଛି।
ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏପ୍ରିଲ ୨ ରେ କରିବେ ଓଡିଶା ଗସ୍ତ।
ଉପରାଷ୍ଟ୍ରପତି ଆଦି କବି ସାରଲା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ ପାଳନ ଉତ୍ସବକୁ ଉଦଘାଟନ କରିବେ ।
ଗସ୍ତର ପ୍ରଥମ ଦିନରେ କଟକ ସ୍ଥିତ ସାରଳା ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ସେ ଏପ୍ରିଲ ୩ ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ।
ହାତୀ ଦାନ୍ତ ଜବତ, ୨ ଗିରଫ ଅନଗୁଳ: ଅନୁଗୁଳ ଜିଲ୍ଲା ଖମାର ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ କରିଛି ଦେବଗଡ଼ ବନ ବିଭାଗର ଏକ ସ୍କ୍ୱାର୍ଡ। ଦାନ୍ତ ଚାଲାଣ ଅଭିଯୋଗରେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି। ସେମାନେ ହେଲେ କୁରୁମୁଲା ଗ୍ରାମର ରାଜୁ କଣ୍ଡଳ ଓ ରମେଶ ବେହେରା।
ଭୁବନେଶ୍ୱର: ଭଡାରେ ଘର ନେବା ବାହାନାରେ ଜଣେ ବୃଦ୍ଧାଙ୍କ ଠାରୁ ସୁନାଚେନ୍ ଲୁଟିନେଇଛନ୍ତି ଦୁର୍ବୁତ୍ତ।
ଘଟଣା ଘଟିଛି ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପ୍ରସାନ୍ତି ବିହାର ଅଞ୍ଚଳରେ।
କଲେଜ ଛାତ୍ର ପରିଚୟ ଦେଇ ଯାଇଥିଲେ ଦୁର୍ବୁତ୍ତ।
ଭଡା ଘର ଦେଖିବା ବାହାନା କରି ସେମାନେ ଘରେ ପସିଥିଲେ।
ମହିଳା ଏକୁଟିଆ ଥିବା ଜାଣି ତାଙ୍କ ବେକରୁ ଲୁଟି ନେଲେ ଚେନ୍।
ଲୁଟ୍ ର ଭିଡିଓ ସିସିଟିଭି ରେ କଏଦ ହୋଇଛି।
ଏହାକୁ ଆଧାର କରି ପୁଲିସ ଘଟଣାର ଯାଞ୍ଚ କରୁଛି।
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ କରିଛି ଦେବଗଡ଼ ବନ ବିଭାଗର ଏକ ସ୍କ୍ୱାର୍ଡ। ଦାନ୍ତ ଚାଲାଣ ଅଭିଯୋଗରେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି। ସେମାନେ ହେଲେ କୁରୁମୁଲା ଗ୍ରାମର ରାଜୁ କଣ୍ଡଳ ଓ ରମେଶ ବେହେରା।
ଜଗତସିଂହପୁର: ଆଜି ତା ୨୬.୩.୨୧ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଙ୍କ ରଥ ଜଗତସିଂହପୁର ଜିଲ୍ଲାର ହଳଦିଆପଡ଼ା, ଆଲାଣ୍ଡୋ, ଉତରସହି,ମଣିପୁରୀ, ଔରଙ୍ଗାବାଦ,ଗଡ ଖଣ୍ଡାୟତ ଏବଂ ତେନ୍ତୁଳିଆ ଗ୍ରାମ ଗୁଡିକରେ ବୁଲି ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି ର ପ୍ରଚାର ଓ ପ୍ରସାର କରାଯାଇଥିଲା।
ଗ୍ରାମ ଗୁଡ଼ିକର ଶହ ଶହ ମହିଳା ମାନେ ପ୍ରାୟ ୮କିମି ରଥକୁ ଟାଣି ଟାଣି ଆଣି ଶେଷରେ କାକ ମଠରେ ପହଞ୍ଚିଥିଲେ। ରାସ୍ତାରେ ଗ୍ରାମବାସୀ ମାନେ ମୁରୁଜ ଓ ନୂଆ ଶାଢ଼ୀ ପକାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଭୋଗ ପୂଜା କରିଥିଲେ। ଏହି ଶୋଭାଯାତ୍ରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡିଶା ଭୁବନେଶ୍ୱର ପକ୍ଷରୁ ଉପଦେଷ୍ଟା ଶ୍ରୀ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଅଖିଳ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବାବାଜୀ ବିଶ୍ଵାଳ,ମଧୁସ୍ମିତା ବିଶ୍ଵାଲ, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ରବିନାରାୟଣ କର, ବିପିନ ବାବୁ ଓ ମଙ୍ଗରାଜ ବାବୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ଓ ପରେ କାକ ମଠରେ ଭଜନ ପରିବେଷଣ କରିଥିଲେ।
ତତ୍ ପରେ ପଣ୍ଡିତ ପ୍ରବାଚକ ଦିବାକର ଦାସ ମାହାପ୍ରାଭୁଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।