ଓଡ଼ିଶାରେ ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ଓଡିଶାରେ ନିକଟରେ ହେବାକୁ ଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ମନା। ଦଣ୍ଡଯାତ୍ରା, ରାମନବମୀ ଉପରେ ମଧ୍ୟ ଲାଗିଲା କଟକଣା। କରୋନା ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ ପାଇଁ ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର। ସୀମିତ ଲୋକଙ୍କ ଉପସ୍ଥିତି ରେ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିବା ପାଇଁ ଅନୁମତି।
ଭାରତ ବନ୍ଦ ଯୋଗୁ ଓଡ଼ିଶାରେ ଜୀବନଯାତ୍ରା ପ୍ରଭାବିତ
ଭୁବନେଶ୍ୱର: ଆଜି ସଂଯୁକ୍ତ କିଷାନ ମୋର୍ଚାର ୧୨ ଘଣ୍ଟିଆ ଭାରତ ବନ୍ଦ ଯୋଗୁ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହୋଇଛି।
କୃଷି ବିଲ ବିରୋଧରେ କୃଷକଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରୁଛି।
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ସମାଜବାଦୀ ପାର୍ଟି ଓ ବାମ ଦଳ କର୍ମକର୍ତ୍ତା ମାନେ ବିକ୍ଷୋବ ପ୍ରଦର୍ଶନ କରିବାର ଦେଖିବାକୁ ମିଳିଛି।
ପଳାଶୁଣି ଛକରେ ରାସ୍ତାରୋକ ବେଳେ ୧୦ ଜଣ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟଙ୍କୁ ଉଠାଇନେଲା ପୋଲିସ।
ସେପଟେ ଢେଙ୍କାନାଳ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ସେହିପରି ରାୟଗଡ଼ା ଜିଲ୍ଲା ଏସ୍ପିଗୁଡା ଛକରେ ଅଖିଳ ଭାରତୀୟ କୃଷକ ମହାସଭା ପକ୍ଷରୁ ରାସ୍ତାରୋକ କରାଯାଇଥିଲା।
କଟକ ଓ ଖୋର୍ଦ୍ଧାରେ ମଧ୍ୟ ଅନେକ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
କୋଭିଡ ନିୟମ ଉଲଂଘନ ଅଭିଯୋଗରେ କଟକର ଏକ କୋଚିଂ ସେଣ୍ଟର ସିଲ
କୋଭିଡ ନିୟମ ଉଲଂଘନ ଅଭିଯୋଗରେ କଟକ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ କଲା କଟକ ମୁନିସିପାଳ କର୍ପୋରେସନ।
କୋଭିଡ଼ ନିୟମ ଉଲଂଘନ ଯୋଗୁ କଟକର ହିନ୍ଦ୍ ସିନେମା ହଲ ସୁପର ମାର୍କେଟ ସିଲ୍ କରାଯାଇଛି।
କୋଭିଡ଼ ସଂକ୍ରମଣ ବଢୁଥିବାରୁ ସହରର ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରୁଛି ସିଏମସି ଓ ପୁଲିସ।
ଘରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରାଞ୍ଚଳର ଉଚ୍ଚଡିହ ଗାଁରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।
ମହିଳା ଜଣଙ୍କ ହେଲେ କନକଲତା ବାରିକ୍।
ଗତକାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି।
ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ ବଖରା ଘର ଜଳିଯାଇଛି।
କଟକରୁ ୫ ଡକାୟତ ଗିରଫ
କଟକ: କଟକରୁ ୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ।
ସେମାନଙ୍କ ଠାରୁ ୪ ବନ୍ଧୁକ ସମେତ ୮ଅଫୁଟା ଗୁଳି ଜବତ କରାଯାଇଛି।
କଟକ ସମେତ ଜଗତସିଂହପୁରର ବିଭିନ୍ନ ଡକାୟତି ଘଟଣାରେ ସେମାନେ ସଂପୃକ୍ତ ଥିବା କଥା ଜଣାପଡିଛି।
ଭୟ କରନ୍ତୁ ନାହିଁ, ଓଡ଼ିଶା ସ୍ଥିତି ଭଲ ଅଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ
ଭୟ କରନ୍ତୁ ନାହିଁ, ଓଡ଼ିଶା ସ୍ଥିତି ଭଲ ଅଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିବାରେ ଲାଗିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି କରୋନା ମାମଲା ୨୦୦ ପାର କରିଛି । ତେବେ ଏଥିରେ ଭୟଭୀତ ହେବା କିଛି ଦରକାର ନାହିଁ । ଓଡ଼ିଶାର ସ୍ଥିତି ଠିକ୍ ରହିଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଏଥିସହ ସେ କହିଛନ୍ତି, ରାଜ୍ୟରେ ୩ଟି ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏମାନେ ଡିସେମ୍ବର ମାସରେ ଓଡ଼ିଶା ଫେରିଥିଲେ । ଏବେ ସେମାନେ ସୁସ୍ଥ ହୋଇଥିବା ବେଳେ କାହାକୁ ସଂକ୍ରମିତ କରି ନାହାନ୍ତି । ଆଇଏଲ୍ଏସ୍ ରେ ୨୨୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି । ଆଜି ରାଜ୍ୟରେ ସମୁଦାୟ ୨୧୪ଟି ନୂଆ କରୋନା ପଜେଟିଭ ମାମଲା ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୬ଟି ଓ ୮୮ଟି ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଛି । ଅନୁଗୁଳରୁ ୬, ବାଲେଶ୍ବରରୁ ୧୧, ବରଗଡ଼ରୁ ୧୩, ଭଦ୍ରକରୁ ୪, ବଲାଙ୍ଗିରରୁ ୨୦, ବୌଦ୍ଧରୁ ୨, କଟକରୁ ୨୦, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୨, ପୁରୀରୁ ୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୨୭ ଓ ଷ୍ଟେଟପୁଲରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ୧୧୫୧ଟି ସକ୍ରିୟ ମାମଲା ଥିବା ବେଳେ ଏଯାବତ୍ ୩ ଲକ୍ଷ ୩୬ ହଜାର ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
