ତାଳଚେରରେ ତାପଜ ବିଦ୍ୟୁତ କେନ୍ଦ୍ରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍ କେ ସିଂହ ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିଟିପିଏସ୍ ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୩୨୦ ମେଗାୱାଟ ପ୍ରକଳ୍ପର ସଂପ୍ରସାରଣକୁ ଓଡିଶା ଅନୁମତି ଦେଇସାରିଛି। କିନ୍ତୁ ଏନ୍ଟିପିସି ଏଯାଏ ଏହାକୁ କାର୍ଯ୍ୟକାରୀ କରିନାହିଁ। ମାର୍ଚ୍ଚ ୩୧ରେ ଏହା ବନ୍ଦ ହେଲେ, ଏଥିରେ ହଜାର ହଜାର ହଜାର ଲୋକ ପ୍ରଭାବିତ ହେଵେ। ତେଣୁ ଏନ୍ଟିପିସିକୁ ଏନେଇ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
