ବ୍ରହ୍ମପୁର ମେଡିକାଲ କଲେଜରେ Gastroenterology ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ surgical ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । MKCG ମେଡିକାଲ କଲେଜରେ ଉପରୋକ୍ତ ଦୁଇ Super specialty ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ super speciality ଚିକିତ୍ସା ସୁବିଧା ଉପଲବ୍ଧ ହେବା ଦ୍ବାରା ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । MKCG ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି Super specialty ବିଭାଗ ଖୋଲିବା ଦ୍ବାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।
ଦୋଳ ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା
ଭୁବନେଶ୍ୱର: ଦୋଳ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ। ମେଳନ ପଡିଆରେ ମାକ୍ସ ପିନ୍ଦିବା ବାଧ୍ୟତାମୂଳକ। ପ୍ରତି ଦୋଳ ବିମାନ ସହ କେବଳ ୬ ଜଣ ଲୋକ ଯାଇପାରିବେ। ମେଳନ ପଡିଆରେ ସର୍ବାଧିକ ୫୦ରୁ ୬୦ ଲୋକଙ୍କୁ ଅନୁମତି ମିଳିବ। ମେଳନ ପଡିଆରେ ୬ ଫୁଟ ଦୂରତା ବଜାଇ ରଖିବାକୁ ନିର୍ଦ୍ଦେଶ। ସେହିଭଳି ବିମାନ ଗଲାବେଳେ ବାଦ୍ୟଯନ୍ତ୍ର ବଜାଇବା ମନା। ମେଳଣ ପାଇଁ ବିଏମସିର ଅନୁମତି ଆଣିବା ବାଧ୍ୟତାମୂଳକ।
ମୋ କଲେଜ ଅଭିଯାନ ପୋର୍ଟାଲର ଶୁଭାରମ୍ଭ
ଭୁବନେଶ୍ୱର: ମୋ କଲେଜ ଅଭିଯାନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କଂଫରେନ୍ସିଂ ଦ୍ୱାରା ପୋର୍ଟାଲ ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଏହି ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଯୋଡି ହେବେ। ଅଭିଯାନ ଦ୍ୱାରା ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ। ନିଜ ଅନୁଷ୍ଠାନର ବିକାଶ ଏଥିରେ ସମସ୍ତେ ସାମିଲ ହେବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି। ମୋ କଲେଜ ଅଭିଯାନରେ ସାମିଲ ହୋଇଛନ୍ତି ୭୫୫ ଟି କଲେଜ।
ଓଡ଼ିଶାରେ ବଢ଼ୁଥିବା କରୋନା ମାମଲା କୁ ଦେଖୀ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା କୋଭିଡ଼ ମାମଲାକୁ ଦେଖି ଆଜି ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍କାପାଳ, ଡିଏମ୍ଇଟି ତଥା ଏସ୍ଆରସି ପ୍ରଦୀପ ଜେନା ଉପସ୍ଥିତ ଥିଲେ। କୋଭିଡ଼ ନିୟମକୁ କଡାକଡି ପାଳନ ସହ ବିଭିନ୍ନ ଦିଗରେ ଆଲୋଚନା କରାଯାଇଛି। ଗାଁରେ ସରପଞ୍ଚ, ୱାଡ ମେମ୍ବର ଓ ଆଶା ତଥା ଅଙ୍ଗନୱଡି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ଼ ପରିଚାଳନା କମିଟିକୁ ସକ୍ରିୟ କରାଯିବ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା। ଆଜି ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମ୍ବି ରେ ୪୫ ଜଣ କରୋନା ପଜେଟିଭ୍ ବାହାରି ଥିବା ସେ ସୂଚନା ଦେଇଛନ୍ତି।
କାଲି କୋଭିଡ଼ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀ
ପୁରୀ: ଓଡିଶା ଗସ୍ତର ଶେଷ ଦିନରେ ଆଜି ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ।
ମହାମହିମ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଖଣ୍ଡୁଆ ପାଟ ଦେଇ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କଲେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ।
ମନ୍ଦିର ଭିତରେ କେବଳ ପାଳିଆ ସେବାୟତ ମାନେ ଉପସ୍ଥିତ ଥିଲେ।
ଏମାନଙ୍କ ସହ ଆର୍କୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ଟିମ୍ ମଧ୍ୟ ଉପସ୍ଥିତ ରହିଥିଲେ।
ପୁରୀ ଗସ୍ତ ପରେ କୌଣାର୍କ ବୁଲିବାକୁ ଯିବେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ।
ଗଞ୍ଜାମ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ଓଡ଼ିଆ ସମାଜ କୋଦଳା ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସମ୍ମିଳନୀ
ବେଗୁନିଆପଡା:(ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ଓଡ଼ିଆ ସମାଜ କୋଦଳା ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସମ୍ମିଳନୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଂଚାୟତ ର ଲଛିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ପ୍ରଥମେ ଦ୍ବୀପ ପ୍ରଜ୍ବଳନ କରି ସଭା ରେ ସମସ୍ତ ଅତିଥି ଙ୍କୁ ସ୍ୱାଗତ ଜଣେଇବା ସହ କୋରନା ସମ୍ପର୍କିତ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ |ଏହି ବାର୍ଷିକ କାର୍ଯ୍ୟକ୍ରମ ରେ ସାମାଜିକ ସଂସ୍କାର,ଗରିବଙ୍କୁ ସୁବିଧା ଯୋଗାଇବା, ଶିକ୍ଷାର ଅଭିବୃଦ୍ଧି, ଅସହାୟ ମାନଙ୍କୁ ସାହାଯ୍ୟ,ବୃଦ୍ଧବୃଦ୍ଧାଙ୍କୁ ସହାୟତା,ବାଲ୍ୟବିବାହ ଉଛେଦ,ଯୌତୁକ ନିବାରଣ,ମହିଳାଙ୍କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା |ପରେ କୌଳିକ ନୀତି ପରମ୍ପରା ଅନୁଯାୟୀ ବିଭିନ୍ନ ସମସ୍ୟାର ଵିଚାର ବିମର୍ଶ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଉପ ସଭାପତି ବ୍ରଜକିଶୋର ସ୍ୱାଇଁ,ସମ୍ପାଦକ କାର୍ତ୍ତିକ ପଲେଇ,ସହ ସମ୍ପାଦକ ଧବଳେଶ୍ୱର ଦଣ୍ଡିଆ,କୋଷାଧକ୍ଷ ମହେଶ୍ୱର ଛଟେଇ,ବିଚାରପତି ଭିକାରୀ ଚରଣ ରାଉତ,ନିର୍ବାହୀ ସଦସ୍ୟ ବାଞ୍ଛାନିଧି ରାଉତ,ଗୁରୁ ସ୍ୱାଇଁ,ପ୍ରଫୁଲ୍ଲ ପଲେଇ, କାଳୁ ଚରଣ ତରେଇ,ବିପ୍ର ଚରଣ ସ୍ୱାଇଁ,କୃଷ୍ଣ ଚନ୍ଦ୍ର ସେନାପତି, କାମ୍ପ ପ୍ରଧାନ ଙ୍କ ସମେତ ଗଞ୍ଜାମ ଜିଲ୍ଲାର 47ଟି ଗ୍ରାମରୁ ପ୍ରାୟ 63ଟି ପଲ୍ଲୀ ପରିଷଦ ର କର୍ମକର୍ତ୍ତା ଯୋଗ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଲଛିପୁର ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ |ସୂଚନା ଅନୁସାରେ ଆସନ୍ତା 23 ତାରିଖ ରେ ଉକ୍ତ ସମ୍ମିଳନୀ ଉଦଯାପିତ ହେବ |ଗତ ବର୍ଷ କରୋନା କାରଣରୁ ଏହି ସମ୍ମିଳନୀ ବନ୍ଦ ରଖାଯାଇଥିବାରୁ ଚଳିତ ବର୍ଷ କୋଭିଡ କଟକଣା ମାନି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |
