ରାଉରକେଲା ଏନ୍ଆଇଟିକୁ ପ୍ରଶଂସା କଲେ ରାଷ୍ଟ୍ରପତି
ରାଉରକେଲା: ଏନ୍ଆଇଟି ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରିଛନ୍ତି। ଏଥିରେ ସେ ଛାତ୍ରଛାତ୍ରୀଙ୍କୁ ନିଜକୁ ପରିତୃପ୍ତ ଓ ସାର୍ଥକତା ପ୍ରଦାନ କରୁଥିବା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସଫଳତାକୁ ପାର୍ଥିବ ପ୍ରାପ୍ତିରେ ନ ମାପିବାକୁ ସେ ପରାମର୍ଶ ଦେଇଛନ୍ତି।
ପରିବାର ତୁମ କାର୍ଯ୍ୟରେ ଗର୍ବ କରିବା ଭଳି କାମ କରିବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରପତି।
ମହାତ୍ମାଗାନ୍ଧୀ ଙ୍କ କଥାକୁ ସ୍ମରଣ କରି ବିଶ୍ୱବିଦ୍ୟାଳୟର ଔଦ୍ୟୋଗିକ ତଥା ସାମାଜିକ ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି।
୨୫ ହଜାର ଛାତ୍ରଛାତ୍ରୀଙ୍କ ପ୍ରତି ଏନ୍ଆଇଟିର ବହୁତ ବଡ ଅବଦାନ ରହିଛି। ଉନ୍ନତ ଭାରତ ଅଭିଯାନରେ ଏନ୍ଆଇଟି ରାଉରକେଲା ୫ଟି ଗାଁର ଉନ୍ନତି କରିଥିବାରୁ ବିଶ୍ୱବିଦ୍ୟାଳୟକୁ ସାଧୁବାଦ ଜଣାଇଛନ୍ତି ରାଷ୍ଟ୍ରପତି।
ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି।
ସମାରୋହରେ ୧୧୮ ଜଣଙ୍କୁ ଡକ୍ଟରେକ ଓ ୮ ପ୍ରକ୍ତାନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ମଙ୍ଗଲମ ବିର୍ଲା, ପ୍ରମୋଦ ମିଶ୍ର ଓ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ପୁରସ୍କାରରେ ସମ୍ମାନିତ କରାଯାଇଛି।
