କଟକରେ ଉପରମୁହାଁ ହେଉଛି କରୋନା ଗ୍ରାଫ
କଟକ: କଟକରେ ଉପରମୁହାଁ ହେଉଛି କରୋନା ଗ୍ରାଫ। ମଧୂପାଟଣା ଅଂଚଳରୁ ଆଜି ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତ ଏକ ଶିକ୍ଷାନୁଷ୍ଠାନର କର୍ମଚାରୀ ହୋଇଥିବା ସୂଚନା। ମୋଟ ୬୦ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଠି ମଧ୍ୟରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଲିଙ୍କ ରୋଡ଼ ରେ ଥିବା ଏକ ଯୁକ୍ତ ଦୁଇ କଲେଜରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
